ପନିପରିବା ଚାଷରେ ମାତ୍ରାଧିକ କୀଟନାଶକ ପ୍ରୟୋଗକୁ କୃଷି ବୈଜ୍ଞାନିକଙ୍କ ନା । କହିଲେ, ଶରୀର ପାଇଁ କେତେ କ୍ଷତିକାରକ?

30

ଆମେ ଖାଉଥିବା ପନିପରିବା ଶରୀର ପାଇଁ ହାନିକାରକ ହୋଇପାରେ । ପନିପରିବା ଚାଷରେ ମାତ୍ରାଧିକ କୀଟନାଶକ ବ୍ୟବହାର କରୁଛନ୍ତି ଚାଷୀ । ଚାଷରେ ଲାଗୁଥିବା ପୋକ ଦମନ କରିବା ଓ ଅଧିକ ଉତ୍ପାଦନ କରିବା ଆଶାରେ ଔଷଧ ସିଞ୍ଚନ କରାଯାଉଛି, ଯାହା ଶରୀର ପାଇଁ କ୍ଷତିକାରକ ବୋଲି କହିଛନ୍ତି ପୁରୀ ଜିଲ୍ଲା କୃଷି ବିଭାଗର ବରିଷ୍ଠ ବୈଜ୍ଞାନିକ ।
ଚାଷ ଉପରେ ନିର୍ଭର କରୁଥିବା ଲୋକେ ଭଲ ଅମଳ ପାଇଁ ଚାଷ ଜମିରେ କୀଟନାଶକ ବ୍ୟବହାର କରିଥାନ୍ତି । ପରିବା ଚାଷକୁ ରୋଗପୋକ ଦାଉରୁ ରକ୍ଷା କରିବା ପାଇଁ ରାସାୟନିକ ସାର ଓ ଔଷଧ ପ୍ରୟୋଗ କରନ୍ତି । ଫଳରେ ଫସଲକୁ ରୋଗ ପୋକରୁ ମୁକ୍ତି ମିଳିବା ସହ ଭଲ ଉତ୍ପାଦନ ହୋଇଥାଏ, ହେଲେ ଏହି ପନିପରିବା ଗ୍ରାହକଙ୍କ ଶରୀର ପାଇଁ ହାନିକାରକ ବୋଲି ସତର୍କ କରାଇ ଦେଇଛନ୍ତି ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ସଂଜୟ କୁମାର ବେହେରା ।
ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, ନିମାପଡା ଅଂଚଳରେ ବ୍ୟାପକ ମାତ୍ରାରେ ପନିପରିବା ଚାଷ କରାଯାଇଛି । ବାଇଗଣ, ପୋଟଳ, କଲରା, କାକୁଡି, ଭେଣ୍ଡି ଭଳି ଚାଷ କରିଛନ୍ତି ଚାଷୀ । ଫଲସରେ ପୋକ ଲାଗିବାରୁ ଚାଷୀ କୀଟନାଷକ ସିଂଚନ କରୁଛନ୍ତି । ମାତ୍ରାଧିକ କୀଟନାଷକ ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ଜାଣି ବି ଜୀବିକା ବଂଚାଇ ରଖିବା ପାଇଁ ଔଷଧ ପ୍ରୟୋଗ କରୁଥିବା ଚାଷୀ କହିଛନ୍ତି । ପନିପରିବା ଚାଷରେ ପ୍ରୟୋଗ ହେଉଥିବା କୀଟନାଷକ ଯୋଗୁଁ ଲୋକେ ସ୍ନାୟୁଜନିତ ଓ କ୍ୟାନ୍ସର ଭଳି ରୋଗରେ ପଡିପାରନ୍ତି ବୋଲି ସତର୍କ କରାଇଛନ୍ତି କୃଷି ବୈଜ୍ଞାନିକ ।

Comments are closed, but trackbacks and pingbacks are open.