IPL 2022: RCB ବନାମ RR, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ରାଜସ୍ଥାନ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

35

ଚଳିତ ଆଇପିଏଲ ସିଜିନ୍ରୁ ର ୩୯ ତମ ମ୍ୟାଚ୍ ପୁଣେର ଏମସିଏ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି I ବାଙ୍ଗାଲୋରର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି । ରାଜସ୍ଥାନ ଦଳ ର ସଞ୍ଜୁ ସାମସନ କ୍ୟାପଟେନ୍ ଅଛନ୍ତି Iବାଙ୍ଗାଲୋର ଏପର୍ଯ୍ୟନ୍ତ ୮ ଟି ମ୍ୟାଚ୍ ଖେଳି ୫ ଟି ଜିତିଛି ଏବଂ ୧୦ ପଏଣ୍ଟ ସହିତ ଦଳ ୫ ନମ୍ବରରେ ଅଛି I ଏହି ମ୍ୟାଚ୍‌ ଜିତିଲେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହେବ । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ପୁଣି ଥରେ ଶ୍ରେଷ୍ଠ ୪ରେ ପ୍ରବେଶ କରିବାର ସୁଯୋଗ ରହିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ I ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଅନୁଜ ରାଓ୍ଵତଙ୍କ ବଦଳରେ ରଜତ ପାଟିଦାରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଆଜିର ମୁକାବିଲାରେ ଡୁପ୍ଲେସିସଙ୍କ ସହ ବିରାଟ କୋହଲି ଓପନିଂ କରିବେ ବୋଲି ଡୁପ୍ଲେସିସ୍ କହିଛନ୍ତି। ରାଜସ୍ଥାନ ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି। କରୁଣ ନାୟରଙ୍କ ସ୍ଥାନରେ ଡାରିଲ ମିଚେଲ୍ ଏବଂ ଓବେଡ ମାକକୟଙ୍କ ବଦଳରେ କୁଲଦୀପ ସେନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି।
ସନରାଇଜର୍ସ ଠାରୁ ଲଜ୍ଜା ଜନକ ପରାଜୟ ବରଣ କରିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ଜରୁରି ହୋଇ ଯାଇଛି । ୮ଟି ମ୍ୟାଚ୍‌ରୁ ୫ ବିଜୟ ସହ ରୟାଲ ଚ୍ୟାଲେଞ୍ଜର୍ସ ମୋଟ୍‌ ୧୦ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକା ପଞ୍ଚମ ସ୍ଥାନରେ ରହିଛି । ଅନ୍ୟ ପଟରେ ରାଜସ୍ଥାନ ରୟାଲ୍ସ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନ ବଜାୟ ରଖିଛି । ରୟାଲ୍ସ ଦଳର ରନ୍‌ ରେଟ୍‌ ସର୍ବାଧିକ ରହିଛି । ତେଣୁ ଆଜିର ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇଲେ ୧୨ ପଏଣ୍ଟ ସହ ରୟାଲ୍ସ ଶୀର୍ଷ ସ୍ଥାନ ଦଖଲ କରିବ । ପୂର୍ବରୁ ଏହି ସ୍ଥାନରେ ରହିଥିବା ଗୁଜରାଟ ଟାଇଟନ୍ସ(୧୨ପଏଣ୍ଟ) ଦ୍ୱିତୀୟକୁ ଖସିବ ।

ଆଜିର ମ୍ୟାଚ୍‌ ପୂର୍ବରୁ ଜୋସ ବଟଲରଙ୍କ ଫର୍ମ ରୟାଲ୍‌ ଚ୍ୟାଲେଞ୍ଜର୍ସର ନିଦ ହଜାଇ ଦେଇଛି । ଇତି ମଧ୍ୟରେ ୩ଟି ଶତକ ଅର୍ଜନ କରିସାରିଥିବା ବଟଲରଙ୍କୁ ଶାନ୍ତ କରିବା ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ । ଦୁର୍ଦ୍ଦର୍ଷ ରୟାଲ୍ସକୁ ହରାଇବାକୁ ହେଲେ ବିରାଟ କୋହଲି ଫର୍ମକୁ ଫେରିବା ଅତ୍ୟନ୍ତ ଜରୁରି । ସେ ଶେଷ ୨ଟି ମ୍ୟାଚ୍‌ରେ ଖାତା ଖୋଲି ପାରି ନଥିଲେ । ଇତି ମଧ୍ୟରେ ସେ ୮ଟି ମ୍ୟାଚ୍‌ ଖେଳି ୧୧୭ ରନ୍‌ ସଂଗ୍ରହ କରିଛନ୍ତି । ହେଲେ ତାଙ୍କ ବ୍ୟାଟ୍‌ରୁ ଏକ ବଡ ଇନିଂସ ଦେଖିବାକୁ କ୍ରିକେଟ୍‌ ପ୍ରେମୀ ଆଶା ରଖିଛନ୍ତି । କୋହଲି ଫର୍ମକୁ ଫେରିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ବିଜୟ ସମ୍ଭବ ହୋଇପାରିବ । ପୂର୍ବ ରେକର୍ଡକୁ ଦେଖିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଯାକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟ ହାସଲ କରିଛି।

ରାଜସ୍ଥାନ ରୟାଲ୍ସ- ଜୋସ୍ ବଟଲର୍, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ୍ (ଅଧିନାୟକ /ଓ୍ଵିକେଟ୍ କିପର), ସିମରନ ହେଟମାୟର, ରିୟାନ୍ ପରାଗ, ଡାରିଲ୍ ମିଚେଲ୍, ରବିଚନ୍ଦ୍ରନ୍ ଅଶ୍ୱିନ, ଟ୍ରେଣ୍ଟ୍ ବୋଲ୍ଟ, କୁଲଦୀପ ସେନ୍, ପ୍ରସିଦ୍ଧ କୃଷ୍ଣ, ୟୁଜବେନ୍ଦ୍ର ଚହଲ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ସୁୟାସ ପ୍ରଭୁଦେଶାଇ, ରଜତ ପାଟିଦାର, ଶାହବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ଓ୍ଵିକେଟ୍ କିପର), ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା, ଜୋଶ ହେଜଲେଉଡ, ମହମ୍ମଦ ସିରାଜ।

Comments are closed, but trackbacks and pingbacks are open.