ଅକ୍ଷୟ ତୃତୀୟାରେ ୫୦ ବର୍ଷ ପରେ ପଡୁଛି ମହା ସଂଯୋଗ

20

ବୈଶାଖ ଶୁକ୍ଳ ତୃତୀୟI କୁ ଅକ୍ଷୟ ତୃତୀୟI କୁହାଯାଇଥାଏ I ଏହି ବର୍ଷ ୦୩ ମଇରେ ପାଳନ କରାଯିବ ଅକ୍ଷୟ ତୃତୀୟI I ଏହି ଦିନର ବିଶେଷ ମହତ୍ତ୍ୱ ରହିଛି I ଅକ୍ଷୟ ତୃତୀୟI ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ I ବିବାହ, ଗୃହ ପ୍ରବେଶ, ନୂତନ ଘର ଆରମ୍ଭ ଏବଂ ଯାନ ବାହାନ କିଣିବା ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ସମୟ ଭାବରେ ବିବେଚନା କରାଯାଏ I ଏହିଦିନ ଆପଣ ଯାହା ଉପାର୍ଜନ କରନ୍ତି ତାହା ଏହା କ୍ଷୟ ହୁଏ ନାହିଁ ବୋଲି କୁହାଯାଏ Iଯେ କୌଣସି ଶୁଭ କାମ କରିବାକୁ ଥିଲେ ଏହି ଦିନ କିଛି ବି ମୁହୂର୍ତ ନ ଦେଖି କରାଯାଇପାରିବ I ଶୁଭ କାର୍ଯ୍ୟ କରିବା ପାଇଁ ଏହି ଦିନଟି ଭଲ ବୋଲି ବିବେଚନା କରାଯାଏ I ଏହି ଦିନ ଧାତୁ ଦ୍ରବ୍ୟ କିଣା କିଣି ପାଇଁ ବହୁତ ଶୁଭ ବୋଲି ମନା ଯାଇଥାଏ I ତେବେ ଏହାର କାରଣ ସମସ୍ତେ ଜାଣି ନ ଥାନ୍ତି I ଏଥର ଅକ୍ଷୟ ତୃତୀୟI ରେ ୫୦ ବର୍ଷ ପରେ ଗ୍ରହ ମାନଙ୍କର ମହା ସଂଯୋଗ ହେବାକୁ ଯାଉଛି I ଏଥର ଅକ୍ଷୟ ତୃତୀୟI ରେ ଶୁଭ ମୁହୂର୍ତ୍ତ ଆସନ୍ତୁ ଜାଣିବା :

୫୦ ବର୍ଷ ପରେ ପଡୁଛି ମହା ସଂଯୋଗ
ଏଥର ଅକ୍ଷୟ ତୃତୀୟI ମଙ୍ଗଳ ରୋହିନୀ ନକ୍ଷତ୍ରର ଶୋଭନ୍ ଯୋଗରେ ପାଳନ କରାଯିବ। ଏହିପରି ଶୁଭ ଯୋଗ ରେ ଅକ୍ଷୟ ତୃତୀୟା ୩୦ ବର୍ଷ ପରେ ପାଳନ କରାଯାଉଛି I ଯେତେବେଳେ କି ୫୦ ବର୍ଷ ପରେ, ଏହି ଦିନ ଗ୍ରହମାନଙ୍କର ସ୍ଥିତି ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ଭାବରେ ରହିବାକୁ ଯାଉଛି I
ଅକ୍ଷୟ ତୃତୀୟା ଦିନ ଚନ୍ଦ୍ର ନିଜର ଉଚ୍ଚ ରାଶି ବୃଷ ଏବଂ ଶୁକ୍ର ଏହାର ଉଚ୍ଚରାଶି ମୀନ ରେ ରହିବେ I ଏହା ବ୍ୟତୀତ, ଶନି ନିଜସ୍ଵ ଗୃହ ରାଶି କୁମ୍ଭରେ ଏବଂ ଦେବଗୁରୁ ବୃହସ୍ପତି ନିଜ ରାଶି ମୀନ ରେ ରହିବେ I ଏହା ହେଉଛି, ଏପରି ଏକ ଅନୁକୂଳ ସ୍ଥିତି ଯେଉଁଥିରେ କି ୪ ଟି ଗ୍ରହ ନିଜ ନିଜ ଗୃହ ରେ ରହିବା ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଶୁଭ ଅଟେ I ଏହି ଶୁଭ ମିଶ୍ରଣରେ ଯେ କୌଣସି ଶୁଭ କାର୍ଯ୍ୟ କରିବା ଅତ୍ୟନ୍ତ ଭଲ ଫଳାଫଳ ଦେବ I

ଅକ୍ଷୟ ତୃତୀୟା ରେ ଦାନ କରନ୍ତୁ
ଅକ୍ଷୟ ତୃତୀୟା ଦିନ ଗ୍ରହ ଗୁଡିକର ଅପୂର୍ବ ସଂଯୋଗ ହେତୁ ଏହି ଦିନ ଦାନ କରିବା ଦ୍ୱାରା ଅନେକ ସୌଭାଗ୍ୟ ମିଳିଥାଏ I ଏହି ଦିନ, ପାଣିରେ ଭର୍ତ୍ତି ହୋଇଥିବା ଏକ କଳସ ରେ ଫଳ ଦାନ କରିବା ଅତ୍ୟନ୍ତ ଶୁଭ ଅଟେ I ଏଥିପାଇଁ ୨ ଟି କଳସ ଦାନ କରାଯିବା ଉଚିତ୍ I ଗୋଟିଏ ପୂର୍ବପୁରୁଷଙ୍କ ନାମରେ ଏବଂ ଅନ୍ୟଟି ପ୍ରଭୁ ବିଷ୍ନୁଙ୍କ ନାମରେ ଦାନ କରାଯିବା ଉଚିତ୍ I ଏପରି କଲେ ଉଭୟ ଭଗବାନ ବିଷ୍ଣୁ ଓ ପିତୃ ପକ୍ଷ ପ୍ରସନ୍ନ ହୋଇଥାନ୍ତି I

Comments are closed, but trackbacks and pingbacks are open.