ଋଷିଆ ୟୁକ୍ରେନ ଯୁଦ୍ଧକୁ ପୁରିଲା ୨ମାସ : ଋଷ କବଜାରେ ୟୁକ୍ରେନର ୪୨ରୁ ଅଧିକ ସହର

25

ଋଷ-ୟୁକ୍ରେନ ଯୁଦ୍ଧକୁ ଆଜି ଦୁଇ ମାସ ପୁରିଛି । ଏହାର ଭିତରେ ଋଷ ପୂର୍ବ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିଛି । ଗତ ୨୪ ଘଣ୍ଟା ଭିତରେ ଖାରକିଭ ଉପରେ ୫୬ ଥର ବୋମା ଓ ମିଜାଇଲ୍ ଆକ୍ରମଣ କରିଛି ରୁଷ ସେନା । ଏବେ ଋଷ ଖାରକିଭ, ମାଇକୋଲେଭ୍ ଏବଂ ଲୁହାଂସ୍କରେ ଜୋରଦାର ଗୋଳାବର୍ଷା ଜାରିରଖିଛି । ଋଷ ୟୁକ୍ରେନର ୪୨ରୁ ଅଧିକ ସହରକୁ ନିଜ କବଜାକୁ ନେଇସାରିଛି ।
ମେ ୯ ତାରିଖ ଯୁଦ୍ଧରେ ବିଜୟୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ପୁଟିନ ସେନା । ତେଣୁ ଆକ୍ରମଣକୁ ଆହୁରର ଜୋରଦାର କରିଛି ଋଷ । ୠଷ ଡୋନେସ୍କ ଏବଂ ଲୁହାଂସ୍କକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା ଚଳାଇଛି । ଆଜବଷ୍ଟଲ ଷ୍ଟିଲ ପ୍ଲାଣ୍ଟରେ ବିମାନରେ ଆକ୍ରମଣ କରିଛି ଋଷ । ଚେର୍ନିହବରେ ପୁଣି ନୁଆ କବର ଖନନ ଚାଲିଛି । ଏଠାରେ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ସେମାନଙ୍କୁ କବର ଖୋଳି ପୋତି ଦିଆଯାଉଛି । ସେପଟେ ଯୁଦ୍ଧକୁ ନେଇ ତୁର୍କ ସରକାର ବଡ ଦାବି କରିଛି । ଆସନ୍ତା ୩୬ ଘଣ୍ଟା ଭିତରେ ଯୁଦ୍ଧ ଶେଷ ହୋଇପାରେ ବୋଲି ତୁର୍କୀ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.