ପୁଣି ଜଳିଗଲା ଇ-ଯାନ :ଚାର୍ଜ ହେଉଥିବା ସମୟରେ ବିସ୍ଫୋରଣ ଘଟି ୧ ମୃତ , ୩ ଗୁରୁତର

25

ଇ-ଯାନ ବାହାରିବା ଦିନଠାରୁ କେଉଁଠି ନI କେଉଁଠି ଜଳି ଯିବାର ଘଟଣା ନଜର କୁ ଆସୁଛି I କେତେବେଳେ ରାସ୍ତାରେ ଯାଉଥିବା ସମୟରେ ଜଳି ଯାଉଛି ତ ପୁଣି କେତେବେଳେ ଚାର୍ଜ ହେଉଥିବା ସମୟରେ ବିସ୍ଫୋରଣ ଘଟି ଜଳି ଯାଉଛି I ଏଇଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ବିଜୟୱାଡାରେ I ବୁଧବାର ତେଲେଙ୍ଗାନାରେ ଏକ ଇ-ସ୍କୁଟର ଜଳିଯିବା ଘଟଣା ସାମ୍ନାକୁ ଆସିଥିଲା I ଯାହାକୁ ନେଇ କେନ୍ଦ୍ର ମନ୍ତ୍ରୀ କମ୍ପାନୀମାନଙ୍କୁ ଚେତାବନୀ ବି ଦେଇଥିଲେ। ଏବେ ଏହି ଘଟଣାର ପୁନରାବୃତି ବିଜୟୱାଡାରେ ମଧ୍ୟ ଘଟିଛି । ବେଡ଼ରୁମରେ ଚାର୍ଜ ହେଉଥିବା ସ୍କୁଟର ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।
ଶନିବାର ସକାଳେ ଆନ୍ଧ୍ରପ୍ରଦେଶ ବିଜୟୱାଡ଼ର ଶିବ କୁମାର ତାଙ୍କ ଇ-ସ୍କୁଟରକୁ ବେଡ୍‌ ରୁମ୍‌ରେ ଚାର୍ଜ ଦେଇଥିଲେ। ହେଲେ ହଠାତ୍ ଇ-ସ୍କୁଟ୍‌ରରେ ବିସ୍ଫୋରଣ ହୋଇଥିଲା। ପଡ଼ୋଶୀ ଶବ୍ଦ ଶୁଣି ଶିବକୁମାରଙ୍କୁ ଘରକୁ ଦଉଡ଼ି ଆସିଥିଲେ। ଏହାରେ ପରିବାରକୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଶିବକୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଦୁଇ ପିଲାଙ୍କ ଶରୀର ପୋଡ଼ିଯାଇଛି। ସୂଚନା ଅନୁସାରେ ଶିବକୁମାର ଶୁକ୍ରବାର ଏହି-ଇସ୍କୁଟରଟିକୁ ଆଣିଥିଲେ। ତେବେ ଏହା କେଉଁ କମ୍ପାନୀର ଥିଲା ସେହି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇପାରି ନାହିଁ।

Comments are closed, but trackbacks and pingbacks are open.