IPL୨୦୨୨ : କେକେଆର୍ ବନାମ ଜିଟି, ଆଣ୍ଡ୍ରେ ରସେଲଙ୍କ ଘାତକ ବୋଲିଂ, ଗୁଜୁରାଟ ଟାଇଟାନ୍ସ ୧୫୬ ରେ ଅଟକିଲା

39

ଚଳିତ IPL ୨୦୨୨ ସିଜିନ୍ ର ୩୫ ତମ ମ୍ୟାଚ ରେ କୋଲକାତା ନାଇଟ୍ ରାଇଡର୍ସ ବନାମ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଛି I ଗୋଟିଏ ପଟେ ଗୁଜୁରାଟର ଦଳ ଚଳିତ ବର୍ଷର ସବୁଠାରୁ ସଫଳ ଦଳ ଭାବରେ ଉଭା ହୋଇଥିବାବେଳେ କେକେଆର୍ ଏପର୍ଯ୍ୟନ୍ତ ଏକ ମିଶ୍ରିତ ପ୍ରଦର୍ଶନ କରିଛି। ଏହି ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ I ପ୍ରଥମ ଇଂନିସ ରେ ବ୍ୟାଟିଂ କରି ଗୁଜୁରାଟ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା I

ସେହିପରି କୋଲକାତା ସମ୍ମୁଖରେ ଗୁଜରାଟ ରଖିଛି ୧୫୭ ରନର ବିଜୟ ଲକ୍ଷ୍ୟ। ଗୁଜରାଟ ଦଳ ର କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୭ ରନ ସତ୍ତ୍ଵେ ଗୁଜରାଟ ବଡ ସ୍କୋର କରି ପାରିନାହିଁ। ଶେଷ ଓଭରରେ ଗୁଜରାଟ ୪ ଓ୍ଵିକେଟ୍ ହରାଇବା ଦଳକୁ ମହଙ୍ଗା ପଡିପାରେ। ଡେଭିଡ୍ ମିଲର ୨୭ ରନ କରିଥିବା ବେଳେ ଋଦ୍ଧିମାନ ଶାହ ୨୫ ରନ କରିଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି୨୪ ରନ ଦେଇ ୩ଟି ସଫଳତା ପାଇଛନ୍ତି।

ଦଳୀୟ ସ୍କୋର ୮ ରନରେ ଶୁଭମାନ ଗିଲ୍(୭) ଆଉଟ୍ ହେବା ପରେ ଋଦ୍ଧିମାନ ଶାହ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସକୁ ଆଗକୁ ବଢାଇଥଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍‌ରେ ୭୫ ରନ ଯୋଡିଥିଲେ। ଶାହା ୨୫ ରନ କରି ଆଉଟ୍ ହେବା ପରେ ପୁଣି ହାର୍ଦ୍ଦିକ ଏବଂ ମିଲରଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ମିଲର ୨୭ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ଵ ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ହାର୍ଦ୍ଦିକଙ୍କ ବିଦାୟ ପରେ ଦିଗହରା ହୋଇ ପଡିଥିଲା ଗୁଜରାଟ ଇନିଂସ। ହାର୍ଦ୍ଦିକ ୪୯ ବଲରୁ ୪ ଚୌକା ଏବଂ ୨ ଛକା ସହ ୬୭ ରନ କରି ପାଭିଲିୟନ ଫେରିଥିଲେ।

ଶେଷ ଆଡକୁ ଗୁଜରାଟ ଟାଇଟନ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଅଭିନବ ମନୋହର ୨ରନ, ରାହୁଲ ତେଓ୍ବାତିଆ ୧୭ରନ କରିଥିବାବ ବେଳେ ଲୁକି ଫର୍ଗ୍ୟୁସନ୍‌, ୟସ୍‌ ଦୟାଲ ଏବଂ ରାସିଦ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅଲଜାରୀ ଜୋସେଫ୍ ୧ରନ କରି ଅପରାଜିତ ଥିଲେ । ଦଳ ଶେଷ ଓଭରରେ ହିଁ ୫ ରନ କରି ୪ ଓ୍ଵିକେଟ୍ ହରାଇବାରୁ ଗୁଜରାଟ ଇନିଂସ ୧୫୬/୯ରେ ଅଟକିଥିଲା।

କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି୨୪ ରନ ଦେଇ ୩ଟି ସଫଳତା ପାଇଛନ୍ତି।

Comments are closed, but trackbacks and pingbacks are open.