ରାଜ୍ୟରେ କରୋନା ଶେଷ ପର୍ଯ୍ୟାୟରେ , ଆଜି ଜଣେ ମାତ୍ର ସଂକ୍ରମିତ ଚିହ୍ନଟ

27

ରାଜ୍ୟ ପାଇଁ ଆସିଛି ଆଶ୍ବସ୍ତି କର ଖବର I ଦେଶରେ କରୋନା ସଂକ୍ରମଣ କଡ଼ ଲେଉଟଉଥିବା ବେଳେ ରାଜ୍ୟରେ କରୋନା ଶେଷ ପର୍ଯ୍ୟାୟରେ ପହଂଚିଛି Iଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ତେବେ ଗତ କିଛି ସପ୍ତାହ ଧରି କରୋନା ସଂକ୍ରମଣ ୨ ଦାସ ତଳକୁ ରହୁଥିବା ବେଳେ ଆଜି ରାଜ୍ୟରୁ ମାତ୍ର ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୧୮ ବର୍ଷରୁ କମ୍ ବୟସର କୌଣସି ପିଲା ସଂକ୍ରମିତ ହୋଇନାହାନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୮୦ରେ ପହଞ୍ଚିଛି ।

ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୭୧୮ ରହିଥିବା ବେଳେ ୮୫ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେହିପରି ସଂକ୍ରମିତ ଜଣକ ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୧୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୧୧୬୧୪୨୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।।

Comments are closed, but trackbacks and pingbacks are open.