IPL 2022: ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୋୟଲ୍ସ ,ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ନିଷ୍ପତ୍ତି

22

ଚଳିତ ସିଜନରେ ୩୪ ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୋୟଲ୍ସ ।ପୁନେ ସ୍ଥିତ ଏମ୍‌ସିଏ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ କରୋନା ସଂକ୍ରମଣକୁ ନଜରରେ ରଖି ଏହି ମ୍ୟାଚ୍‌କୁ ୱାଙ୍ଖଡେ ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି । ମ୍ୟାଚରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବ।

୬ଟି ମ୍ୟାଚ୍‌ ଖେଳି ରୟାଲ୍ସ ଦଳ ୪ ବିଜୟ ସହ ମୋଟ୍‌ ୮ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି । କ୍ୟାପିଟାଲ୍ସକୁ ହରାଇବା ପାଇଁ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟ ପଟରେ କରୋନା ସଂକ୍ରମଣ ମଧ୍ୟ କ୍ୟାପିଟାଲ୍ସ ମନୋବଳ ଭାଙ୍ଗି ପାରି ନାହିଁ । ଦଳର ୬ଜଣ ସଦସ୍ୟ ଅସୁସ୍ଥ ହୋଇ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ହେଁ କ୍ୟାପିଟାଲ୍ସ ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଏକ ତରଫା ଭାବେ ହରାଇଥିଲା । ୬ଟି ମ୍ୟାଚ୍‌ ଖେଳି କ୍ୟାପିଟାଲ୍ସ ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଦଳ ଷଷ୍ଠ ସ୍ଥାନରେ ରହିଛି ।

ଆଜି ଦୁଇ ଦଳର ଓପନରଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହେବ । ମୋଟ୍‌ ଉପରେ କହିବାକୁ ଗଲେ ଏହି ମ୍ୟାଚ୍‌ରେ ପାୱାର ପ୍ଲେ ଲଢେଇ ଦେଖିବାକୁ ମିଳିବ। ଉଭୟ ଦଳର ଓପନର ଫର୍ମରେ ରହିଛନ୍ତି । ରୟାଲ୍ସର ଜୋସ ବଟଲର ଇତି ମଧ୍ୟରେ ୨ଟି ଶତକ ଅର୍ଜନ କରିସାରିଛନ୍ତି। କ୍ୟାପିଟାଲ୍ସ ଓପନର ପୃଥ୍ୱୀ ଶ’ ଓ ଡେଭିଡ୍‌ ୱାର୍ଣ୍ଣର ପାୱାର ପ୍ଲେରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ।ଲେଗ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ଉପରେ ନଜର ରହିବ । ଗତ ନାଇଟ୍‌ ରାଇଡର୍ସ ବିପକ୍ଷ ମୁକାବିଲାରେ ଚହଲ ହ୍ୟାଟ୍ରିକ୍‌ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । କ୍ୟାପିଟାଲ୍ସ ବ୍ୟାଟରମାନେ ତାଙ୍କୁ ସତର୍କତାର ସହ ସାମ୍ନା କରିବେ ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଡେଭିଡ୍‌ ୱାର୍ଣ୍ଣର, ସର୍ଫରାଜ ଖାନ, ରିଷଭ ପନ୍ତ(ଅଧିନାୟକ), ଲଳିତ ଯାଦବ, ରୋଭମାନ ପାୱେଲ୍‌, ଅକ୍ଷର ପଟେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଖଲିଲ ଅହମ୍ମଦ ।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେଟମାୟର, କରୁଣ ନାଏର, ରିୟାନ ପରାଗ, ରବି ଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକ୍‌କୟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚହଲ ।

Comments are closed, but trackbacks and pingbacks are open.