ଖରା ଛୁଟି ବଦଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିକ୍ରିୟା

34

ବଦଳିପାରେ ଖରା ଛୁଟି ନିଷ୍ପତି I ବିଭିନ୍ନ ସ୍ଥାନରେ ଅଭିଭାବକ ଙ୍କ ଆପତ୍ତି ପରେ ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ଦାବି ହେଲାଣି । ରାଜ୍ୟରେ ଅହେତୁକ ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯାଇପାରେ ପରିସ୍ଥିତି ଯଦି ସେମିତି ଆସେ ତାହାଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବା ବେଳେ ଚଳିତବର୍ଷ ସ୍କୁଲ, କଲେଜ ପାଇଁ ଅଳ୍ପଦିନ ଖରାଛୁଟି ଘୋଷଣା ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ଜୁନ ୧ ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିଛି । ଏହା ସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ୬ ରୁ ୧୬ ତାରିଖ ଦିନ ଧାର୍ଯ୍ୟ କରିଛି । ଖରାଛୁଟିକୁ ନେଇ ପିଲାମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଗକୁ ଏହି ନିଷ୍ପତ୍ତି ବଦଳିବ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ।

ଅନ୍ୟପଟେ ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜୁନ୍ ବଦଳରେ ମେ’ରେ ଖରାଛୁଟି ପାଇଁ ଅନେକ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ସେନେଇ ବିଭାଗ ବିଚାର କରିବ । ଆଗକୁ ଖରା ବଢିଲେ ପରିସ୍ଥିତି ଦେଖି ବିଭାଗ ଚିନ୍ତା କରି ନିଷ୍ପତ୍ତି ନେବ । କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

Comments are closed, but trackbacks and pingbacks are open.