ବିଶ୍ବ ପୃଥିବୀ ଦିବସ ଅବସରରେ ଗୁଗୁଲ ଡୁଡୁଲରେ ସେୟାର କଲା କିଛି ଚମତ୍କାର ଫଟୋ

40

ଗୁଗଲ ସବୁ ସ୍ବତନ୍ତ୍ର ଅବସରରେ ଡୁଡଲ ଜରିଆରେ ମେସେଜ ଦେଇ ଲୋକଙ୍କୁ ସଜାଗ କରିଥାଏ । ଆଜିର ଦିନରେ ଅର୍ଥାତ ଅପ୍ରେଲ ୨୨ତାରିଖରେ ବିଶ୍ବ ପୃଥିବୀ ଦିବସ ପାଳନ କରାଯାଉଛି । ଏହି ଅବସରରେ ଗୁଗଲ ଏକ ସ୍ବତନ୍ତ୍ର ଡୁଡଲ କରି ଦର୍ଶାଇଛି ଯେ, ପୃଥିବୀ କେମିତି ରୂପ ବଦଳାଉଛି ।

ଆଜିର ଡୁଡଲରେ ଗୁଗଲ କିଛି ଫଟୋ ସେୟାର କରିଛି । ସେଥିରେ ଦର୍ଶାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ପୃଥିବୀକୁ କିପରି ପ୍ରଭାବିତ କରିଛି । ସେଥିରେ ଭିନ୍ନ ଭିନ୍ନ ବର୍ଷର ଫଟୋ ସେୟାର କରାଯାଇଛି । ଏହି ଡୁଡଲରେ ୪ଟି ଫଟୋ ରହିଛି । ଯେଉଁଥିରେ ତାଞ୍ଜାନିଆର ମାଉଣ୍ଟ କିଲିମଞ୍ଜାରୋ, ସେର୍ମର୍ସୁକ ଗ୍ରୀନଲ୍ୟାଣ୍ଡ, ଅଷ୍ଟ୍ରେଲିଆର ଗ୍ରେଟ୍ ବ୍ୟାରିୟର ରିଫ୍ ଏବଂ ଜର୍ମାନର ଏଲେଣ୍ଡରେ ଥିବା ହାର୍ଜ ଫରେଷ୍ଟ ସାମିଲ ଅଛି ।

ଦି ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଆଜିର ଗୁଗଲ ଡୁଡଲ ବିଭିନ୍ନ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦର୍ଶାଇବା ପାଇଁ ଗୁଗଲ ଆର୍ଥ ଟାଇମଲ୍ୟାପ୍ସ ଏବଂ ଅନ୍ୟ ଉତ୍ସରୁ ପ୍ରକୃତ ଟାଇମଲ୍ୟାପ୍ସର ଫଟୋ ବ୍ୟବହାର କରିଛି ​​। କମ୍ପାନୀ କହିଛି ଯେ, ଜଳବାୟୁ ପରିବର୍ତ୍ତନର ସବୁଠୁ ଖରାପ ପ୍ରଭାବକୁ ଏଡାଇବା ପାଇଁ ଅଧିକ ସ୍ଥାୟୀ ଭାବରେ ବଞ୍ଚିବା ପାଇଁ ମିଳିତ ଭାବେ କାମ କରିବା ଜରୁରୀ ।

ସୂଚନାଯୋଗ୍ୟ ଯେ, ୧୯୭୦ ମସିହାରେ ପ୍ରଥମ ଥର ବିଶ୍ବ ପୃଥିବୀ ଦିବସ ପାଳନ କରାଯାଇଥିଲା । ପରିବେଶର ସୁରକ୍ଷା ପାଇଁ ଜୁଲିୟନକୋନିଗଙ୍କ ଦ୍ବାରା ୧୯୬୯ରେ ଏହି ଦିନକୁ ପୃଥିବୀ ଦିବସ ଭାବେ ନାମିତ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଅପ୍ରେଲ ୨୨ ତାରିଖରେ ବିଶ୍ବ ପୃଥିବୀ ଦିବସ ପାଳନ କରାଯାଉଛି ।

Comments are closed, but trackbacks and pingbacks are open.