ୱାର୍ଲ୍ଡ ଆର୍ଥ ଡେ: ବାଲୁକା ଶିଳ୍ପୀ ମାନସ ସାହୁ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଦେଲେ ବାର୍ତ୍ତା

24

ଆଜି ବିଶ୍ୱ ପୃଥ୍ଵୀ ଦିବସ । ମାଟି ମାଆକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୨୨ ତାରିଖଟିକୁ ବିଶ୍ୱ ପୃଥ୍ଵୀ ଦିବସ ବା ଧରିତ୍ରୀ ଦିବସ ଭାବରେ ପାଳନ କରାଯାଇଥାଏ I ସଂପ୍ରତି ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅମାନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବି ର୍ଯ୍ୟସ୍ତ । ସର୍ବୋପରି ମଣିଷର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ଯୋଗୁଁ ଧରିତ୍ରୀ ମାଆର ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସଙ୍କଟ ଆଣିଦେଇଛି । ତେଣୁ ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରା ବର୍ତ୍ତମାନ ୧୯୨ ଦେଶରେ ପ୍ରଚଳିତ ହେଉଛି । ପୃଥିବୀପୃଷ୍ଠରେ ରହୁଥିବା ସମସ୍ତ ଜୀବଜନ୍ତୁ ଓ ବୃକ୍ଷଲତାକୁ ସୁରକ୍ଷା ଦେବା ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଏହାଦ୍ୱାରା ସୂଚାଇ ଦିଆଯାଇଛି।

ସେହିପରି ୱା୍ଲଡ଼ ଆର୍ଥ ଡେ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷ ର ଥିମ କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଏହି ବାଲୁକା କଳା ରେ ପୃଥିବୀ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀ ର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ । ଏହି ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ।

Comments are closed, but trackbacks and pingbacks are open.