ସରକାରୀ କ୍ଵାଟର ରୁ ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର

29

ନିଜ ସରକାରୀ କ୍ଵାଟର ରୁ ମିଳିଲା କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତ ଦେହ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ସଦର ମହକୁମା ସ୍ଥିତ କାର୍ଯ୍ୟରତ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନିଜ ବାସଭବନ ରୁ ଉଦ୍ଧାର ହୋଇଛି। ଖବର ପାଇ ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହାସହିତ ଶବ ବ୍ୟବଚ୍ଛେଦ ଲାଗି ନିକଟସ୍ଥ ମେଡିକାଲକୁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

ତେବେ ବାସଭବନରେ କିପରି ଡେପୁଟି ରେଞ୍ଜରଙ୍କ ମୃତ୍ୟୁ ହେଲା । ସେନେଇ ବିଭିନ୍ନ ଦିଗରୁ ଖୋଲତାଡ଼ ଆରମ୍ଭ କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comments are closed, but trackbacks and pingbacks are open.