IPL 2022 :ଦିଲ୍ଲୀ କ୍ୟାପିଟାଲ୍ସ ର ବଢ଼ିଲା ଚିନ୍ତା , କରୋନା ରେ ଆକ୍ରାନ୍ତ ହୋଇ ମିଚେଲ ମାର୍ଶ ହସ୍ପିଟାଲରେ ଭର୍ତ୍ତି

135

ଚଳିତ ଆଇପିଏଲ ଉପରେ ମହାମାରୀ କରୋନାର କଳାବାଦଲ ଘୋଟେଇ ଆସିଛି। ଦିଲ୍ଲୀ କ୍ୟାପିଟାଲ୍ସ ସହ ଜଡ଼ିତ ୫ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏହି ୫ ସଦସ୍ୟଙ୍କ ମଧ୍ୟରେ ଦିଲ୍ଲୀର ବିଦେଶୀ ଖେଳାଳି ତଥା ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ମଧ୍ୟ ରହିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ଶରୀରରେ ଏକାଧିକ ଲକ୍ଷଣ ଦେଖାଯାଇଛି। ଆଜି ମାର୍ଶଙ୍କ ଆରଟି ପିସିଆର ଟେଷ୍ଟ ପୁଣି ପଜିଟିଭ ଆସିଛି। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ, ମିଚେଲ ମାର୍ଶଙ୍କ କରୋନାର ସିଟି ଭ୍ୟାଲୁ ୧୭ ରହିଛି। ଏହା ଅତ୍ୟନ୍ତ ଚିନ୍ତା ଜନକ। ତେଣୁ ତାଙ୍କୁ ହସ୍ପିଟାଲ ଚିକିତ୍ସାର ଆବଶ୍ୟକ ପଡ଼ିଛି। ମାର୍ଶଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ସୋଶାଲ ମିଡିଆ ଟିମର ଜଣେ ସଦସ୍ୟ ଓ ୩ ଜଣ ହୋଟେଲ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ତେବେ ଦିଲ୍ଲୀର ଅନ୍ୟ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିଛି। ଆସନ୍ତାକାଲି ପୁଣି ସମସ୍ତଙ୍କର ଆରଟି ପିସିଆର ଟେଷ୍ଟ କରାଯିବ। ଏହାପରେ ହିଁ ବୁଧବାର ପଞ୍ଜାବ କିଙ୍ଗସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଖେଳିବ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ। ଏବେ ଦିଲ୍ଲୀର ସବୁ ଖେଳାଳି ଆଇସୋଲେସନରେ ରହିଛନ୍ତି।

ଗତ ସପ୍ତାହରେ ଦିଲ୍ଲୀର ଫିଜିଓ ପ୍ୟାଟ୍ରିକ ଫରହାର୍ଟ ଓ ଆଉ ଜଣେ ସପୋର୍ଟ ଷ୍ଟାଫଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟିମ୍‌ ଆଜି ତା’ର ପୁଣେ ଗସ୍ତକୁ ବାତିଲ କରିଛି।

Comments are closed, but trackbacks and pingbacks are open.