ସ୍କର୍ପିଓ ଧକ୍କା ରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ,ପିଟିପିଟି ଯାତ୍ରୀ ଙ୍କୁ ମାରିଦେଲେ ଉତ୍ୟକ୍ତ ଲୋକେ

31

ସ୍କର୍ପିଓ ଦୁର୍ଘଟଣା ରେ ସ୍କୁଟି ଚାଳକଙ୍କ ମୃତ୍ୟୁ I ସ୍କୋର୍ପିଓ ଚାଳକ ଫେରାର ହେବା ଯୋଗୁଁ ,ଗାଡ଼ିରେ ବସିଥିବା ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ଜୀବନ ରୁ ମାରିଦେଲେ ଉତ୍ୟକ୍ତ ଲୋକେ I ଏଇଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଷୋୟୀ ଥାନା ଅଂଚଳରେ I ଏହାପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁସାରେ ଗୋଷାଣୀପାଳ ଗାଁର ହରିହର ସେଠୀ ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ ପାନ ଦୋକାନ କରିଥିଲେ। ମଧ୍ୟାହ୍ନରେ ଖାଇବା ପାଇଁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୪୯ନଂ ଜାତୀୟ ରାଜପଥର କାତରା ନଦୀ ବ୍ରିଜ୍‌ ଛକରେ ସମ୍ମୁଖରୁ ଆସୁଥିବା ସ୍କର୍ପିଓ, ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହରିହରଙ୍କ ମୃତ୍ୟୁ ଘଟିଥିଲା।
। ଏହା ପରେ ସ୍କର୍ପିଓ ଡ୍ରାଇଭର ଘଟଣା ସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ , ଗାଡ଼ିରେ ଥିବା ଅନ୍ୟ ଦୁଇ ଜଣ ସରକାରୀ ଅଫିସର ସତ୍ୟନାରାୟଣ ନନ୍ଦ ଏବଂ ଉତ୍ତରପ୍ରଦେଶରୁ ଆସିଥିବା ଫୁଲ ଚନ୍ଦ୍ର ଶର୍ମାଙ୍କୁ ଉତ୍ୟକ୍ତ ଲୋକେ ଗାଡ଼ି ଭିତରୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫୁଲ୍‌ଚନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ସତ୍ୟନାରାୟଣଙ୍କ ଘର କେନ୍ଦୁଝର ଜିଲ୍ଲାର। ଏମିତି କାଣ୍ଡ ଭିଆଇବା ପରେ ଉତ୍ତେଜିତ ଲୋକେ କ୍ଷତିପୁରଣ ଦାବିରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଗହଳି ଭାଙ୍ଗିଥିଲା । ଏହି ଘଟଣା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Comments are closed, but trackbacks and pingbacks are open.