ସାଲୁଙ୍କି ନଦୀ ରେ ଅଘଟଣ : ଏକା ସାଥିରେ ବୁଡି ଗଲେ ଭାଇ ଭଉଣୀ

32

ପୁଣି ନଦୀରେ ଗଲା ଜୀବନ I ବାରମ୍ବାର ନଦୀରେ ବୁଡି ଏହିଭଳି ଜୀବନ ଯାଉଛି I ଏହି ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଛତିଝର ଗ୍ରାମରେ I ବାଦ ମା’ଙ୍କ ସହିତ ସାଲୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଭଉଣୀ I ଗାଁର ଯୁଧିଷ୍ଠିର ଦେହୁରୀଙ୍କ ପୁଅ ସତ୍ୟଜିତ(୫) ଓ ପ୍ରଶାନ୍ତ ଦେହୁରୀଙ୍କ ଝିଅ ଜ୍ୟେତି (୪) ଗାଧୋଇବାବେଳେ ଗୋଡ଼ ଖସି ଯିବାରୁ ଗଣ୍ଡ ରେ ବୁଡି ଯାଇଥିଲେ I ବହୁ ଖୋଜାଖୋଜି ପରେ ଗାଁଠୁ କିଛି ଦୂରରେ ଦୁହେଁ ଭାସୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ସେମାନଙ୍କୁ ଉଦ୍ଧାର କରାଯାଇ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି । ପିଲା ମାନଙ୍କୁ ହରାଇ ଦୁଇ ପରିବାର ସହିତ ସାରା ଗାଁ ରେ ଶୋକର ଛାୟା ଖେଳି ଯାଇଛି।
ସମାନ ଘଟଣାରେ ଗତ ରବିବାର ଦିନ ୩ ସାଙ୍ଗ ମହାନଦୀ କୁ ଗାଧୋଇବାକୁ ଆସି ଚୋରା ବାଲିରେ ଗୋଡ ଖସି ବୁଡି ଯାଇ ପ୍ରାଣ ହରାଇ ଥିବାବେଳେ ,ଗତ କାଲି ପୁରୀ ସମୁଦ୍ରରେ ଜଣେ ପର୍ଯ୍ୟଟକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି I

Comments are closed, but trackbacks and pingbacks are open.