ପୁରୀ : ଘରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

38

ପୁରୀ ରେ ପୁଣି ରକ୍ତାକ୍ତ ଗଣ୍ଡଗୋଳ I ପୁରୀ ଦଇତାପଡା ସାହିର ଟିକନ ଶତପଥୀଙ୍କୁ ଘରେ ପଶି ଆକ୍ରମଣ କରାଯାଇଛି Iଏହି ଆକ୍ରମଣ ଯୋଗୁଁ ଗୁରୁତର ଅବସ୍ଥାରେ ଟିକନ ଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ତାଙ୍କୁ ଆଜି ରବିବାର ଦିନ ଭୋର ସମୟରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ପୋଲିସ ଘଟଣାସଂପର୍କରେ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । ଏପିରିକି ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ଯୋଗାଡ଼ କରୁଛି । ହେଲେ ଏବେ ଯାଏଁ କିଏ ଆକ୍ରମଣ କରିଛି । ସେନେଇ କିଛି ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।

Comments are closed, but trackbacks and pingbacks are open.