IPL 2022: ଶିବମ୍ ଏବଂ ଉଥାପ୍ପା ଙ୍କ ବିସ୍ଫୋରକ ବ୍ୟାଟିଂ , ଚେନ୍ନାଇ ର ପ୍ରଥମ ବିଜୟ

27

IPL 2022: ଡିଫେଣ୍ଡିଂ ଚାମ୍ପିଅନ୍ CSK IPL ରେ ନିଜର ଆତ୍ମବିଶ୍ୱାସ ର ସହ ପ୍ରତ୍ୟାବର୍ତ୍ତନ କରିଛି I ଚେନ୍ନାଇ ନିଜର ୫ମ ମ୍ୟାଚରେ ଆରସିବିକୁ ୨୩ ରନ ରେ ମାତ ଦେଇ ଚଳିତ ସିଜନରେ ପ୍ରଥମ ବିଜୟ ଲାଭ କରିଛି I ଏହା ସହ କ୍ୟାପଟେନ ରବିନ୍ଦ୍ର ଜାଡେଜା ଦୀର୍ଘ ପ୍ରଚେଷ୍ଟା ର ଫଳ ପାଇଛନ୍ତି I

IPL ୨୦୧୨ :ଚେନ୍ନାଇ ସୁପର କିଙ୍ଗ୍ସ ଶେଷରେ ରେ ବିଜୟ ଟ୍ରାକକୁ ଫେରିଛି I ଆଇପିଏଲ୍ ୨୦୨୨ ର ୨୨ ତମ ମ୍ୟାଚ୍ ରେ, CSK RCB କୁ ୨୩ ରନ୍ ରେ ପରାସ୍ତ କରିଛି I ୫ ଟି ମ୍ୟାଚରେ ଏହା ଦଳର ପ୍ରଥମ ବିଜୟ I ଏହା ପୂର୍ବରୁ ଖେଳାଯାଇଥିବା ଚାରିଟି ମ୍ୟାଚରେ ଚେନ୍ନାଇ ଶୋଚନୀୟ ପରାସ୍ତ ହୋଇଥିଲା I ମ୍ୟାଚ୍‌ରେ (CSK ବନାମ RCB), CSK ପ୍ରଥମେ ଖେଳିବାବେଳେ ୪ ୱିକେଟ୍ ହରାଇ ୨୧୬ ରନ୍ ସ୍କୋର କରିଥିଲା ​​I ରବିନ୍ ଉଥାପ୍ପା ଏବଂ ଶିବମ୍ ଦୁବେ ଙ୍କ ଉଜ୍ଜ୍ୱଳ ଅର୍ଦ୍ଧଶତକ ହାସଲ କରିଥିଲେ I ଦୁଇ ଓପନର ଙ୍କ ମିଳିତ ଯୋଡି ୧୮୩ ରନ୍ ସ୍କୋର କରି ୧୭ ଟି ଛକା ମାରିଥିଲେ I ଏହାର ଉତ୍ତରରେ, ଆରସିବି ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୧୯୩ ରନ୍ କରିଥିଲା I ତେବେ ୫ ଟି ମ୍ୟାଚ ଖେଳିଥିବା ଆରସିବିର ଏହା ଦ୍ୱିତୀୟ ପରାଜୟ I

ଶେହବାଜ ଅହମ୍ମଦ ୪୧, ସୁୟସ ପ୍ରଭୁଦେଶାଇ  ଏବଂ ଦିନେଶ କାର୍ତ୍ତିକ ୩୪ ରନ ଲେଖାଏଁ କରିଛନ୍ତି। ମହିଷ ତିକସାନା ୩୩ ରନରେ ୪ ଓ୍ଵିକେଟ୍ ଏବଂ ଜାଡେଜା ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି।

୨୧୭ ରନ ବିଶାଳ ଲକ୍ଷ୍ୟ ପିଛା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳୀୟ ସ୍କୋର ୧୪ ରନରେ ଫାଫ  ଡୁପ୍ଲେସିସ୍(୮) ଏବଂ ୨୦ ରନ ସ୍କୋରରେ ବିରାଟ କୋହଲି(୧) ଆଉଟ୍ ହେବା ଦଳକୁ ବହୁତ ବଡ ଝଟକା ଲାଗିଥିଲା। ଅନୁଜ ରାଓ୍ଵତ(୧୨)ଙ୍କ ପରେ ମ୍ୟାକ୍ସଓ୍ଵେଲ ୧୧ ବଲ୍‌ରୁ ୨ ଚୌକା ଏବଂ ୨ ଛକା ସହ ଦ୍ରୁତ ୨୬ ରନ କରି ପାଭିଲିୟନ ଫେରିଥିଲେ। ୫୦ ରନରେ ୪ ଓ୍ଵିକେଟ୍ ହରାଇ ଚାପରେ ରହିଥିଲା ବେଙ୍ଗାଲୁରୁ। ତେବେ ମଧ୍ୟକ୍ରମରେ ଶେହବାଜ ଅହମ୍ମଦ ଏବଂ ସୁୟସ ପ୍ରଭୁଦେଶାଇ ଦ୍ରୁତ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡି ଦଳ ପାଇଁ କିଛିଟା ବିଜୟ ଆଶା ସଞ୍ଚାର କରିଥିଲେ। ସୁୟସ ପ୍ରଭୁଦେଶାଇ ୧୮ ବଲରୁ ୫ ଚୌକା ଏବଂ ୧ ଛକା ସହ ୩୪ ରନ କରି ଆଉଟ୍ ହୋଇଥିଲେ। ଶେହବାଜ ଅହମ୍ମଦ ୨୭ ବଲରୁ ୪ ଚୌକା ସହ ୪୧ ରନର ଭଲ ଇନିଂସ ଖେଳିଥିଲେ।

ଦୁଇ ବ୍ୟାଟସମ୍ୟାନ ଆଉଟ୍ ହେବା ପରେ ଦିନେଶ କାର୍ତ୍ତିକଙ୍କ ଉପରେ ଦଳ ନିର୍ଭରଶୀଳ ଥିଲା। ତେବେ ଅନ୍ୟପଟେ ଓ୍ଵିକେଟ୍ ଖସିବାରୁ ଏକା ସଂଘର୍ଷ କରିଥିଲେ କାର୍ତ୍ତିକ। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୪ ବଲରୁ ୨ ଚୌକା ଏବଂ ୩ ଛକା ସହ ୩୪ ରନ କରିଥିଲେ। କାର୍ତ୍ତିକ ଆଉଟ୍ ହେବା ସହ ବେଙ୍ଗାଲୁରୁର ବିଜୟ ଆଶା ମଉଳି ଯାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍  ହରାଇ ୧୯୩ ରନ କରିଥିଲା।

ଚେନ୍ନାଇ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଆରମ୍ଭ ନିରାଶଜନକ ରହିଥିଲା। ଋତୁରାଜ ଗାଏକଓ୍ଵାଡ(୧୭)  ଆଉଟ୍ ହୋଇଥିଲେ। ମୋଇନ ଅଲ୍ଲୀ(୩) ପୁଣି ଥରେ ନିରାଶ କରିଥିଲେ। ଦଳୀୟ ସ୍କୋର ୩୬ ରନରେ ୨ଟି ଓ୍ଵିକେଟ୍ ହରାଇଥିବା ଚେନ୍ନାଇର ଇନିଂସ ସମ୍ଭାଳିଥିଲେ ରବିନ ଉଥପ୍ପା ଓ ଶିବମ ଦୁବେ। ଦୁଇ ବ୍ୟାଟସମ୍ୟାନ ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ ଉଥପ୍ପା ଓ ଦୁବେ।  ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ଛକା ଏବଂ ଚୌକା ବର୍ଷା କରି ତୃତୀୟ ଓ୍ଵିକେଟ୍‌ରେ ୧୭୦ ରନ ଯୋଡି ଦଳର ସ୍କୋରକୁ ୨୧୦ ରନରେ ପହଞ୍ଚାଇଥିଲେ। ଉଥାପ୍ପା ୫୦ ବଲରୁ ୫ ଚୌକା ଏବଂ ୯ ଛକା ସହ ୯୦ ରନ କରିଛନ୍ତି। ଶିବମ ଦୁବେ ୪୦ ବଲରେ ୫ ଚୌକା ଏବଂ ୫ ଛକା ସହ ୮୦ ରନ କରିଥିଲେ।

Comments are closed, but trackbacks and pingbacks are open.