CBSE ଟର୍ମ -2 ପରୀକ୍ଷା : ବିଦ୍ୟାର୍ଥୀ ନକଲି ୱେବସାଇଟ ରୁ ଦୁରେଇ ରୁହନ୍ତୁ

44

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ-ଦ୍ୱାଦଶ ଟର୍ମ -1 ପରୀକ୍ଷା ସରିଛି I ଟର୍ମ ୨ ପରୀକ୍ଷା ଏକାସାଙ୍ଗରେ, 26 ଏପ୍ରିଲରୁ ଆରମ୍ଭ ହେଉଛି I ପରୀକ୍ଷା ପାଇଁ ବୋର୍ଡ ଦ୍ୱାରା ତାରିଖ ପୂର୍ବରୁ ଘୋଷଣା କରାଯାଇଛି I ସେପଟେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି କି ଟର୍ମ -2 ର ୭୦ ପ୍ରତିଶତ ମାର୍କ ବୋର୍ଡ ତରଫରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୋଲି ଦାବି କରାଯାଇଛି। କିନ୍ତୁ ସିବିଏସଇ ବୋର୍ଡ ଏହି ନୋଟିସକୁ ନକଲି ବୋଲି କହିଛି। ଏ ବାବଦରେ ବୋର୍ଡ ଏକ ଟୁଇଟ୍ ମଧ୍ୟ କରିଛି। ସିବିଏସ୍ଇ ପକ୍ଷରୁ ଏଭଳି କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ ବୋଲି ବୋର୍ଡ କହିଛି। ତେଣୁ ଛାତ୍ରମାନଙ୍କୁ ନକଲି ୱେବସାଇଟରୁ ସାବଧାନ ରହିବାକୁ ଏବଂ ପରୀକ୍ଷା ସମ୍ପର୍କିତ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି I
ଏହାସହିତ ନକଲି ନୋଟିସରେ ଏହା ମଧ୍ୟ ଦାବି କରାଯାଇଛି ଯେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଅପରିବର୍ତ୍ତିତ ରହିବ ଏବଂ COVID-19 କାରଣରୁ ଟର୍ମ 1 ପରୀକ୍ଷାରେ ଯେଉଁମାନେ ଦେଇ ନାହାନ୍ତି କିମ୍ବା ଅଲିମ୍ପିଆଡ / କ୍ରୀଡା ଇଭେଣ୍ଟରେ ଅଂଶଗ୍ରହଣ କରି ନାହାନ୍ତି ଟର୍ମ 2 ପରୀକ୍ଷାରେ ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ମୂଲ୍ୟାଙ୍କନ କରାଯିବ। କିନ୍ତୁ ପରୀକ୍ଷାର୍ଥୀମାନେ ଏ ସବୁରେ ଧ୍ୟାନ ନ ଦେଇ ପରୀକ୍ଷା ସମ୍ପର୍କିତ ସୂଚନା ପାଇଁ ସିବିଏସଇ ଅଫିସିଆଲ୍ ୱେବସାଇଟ୍ କୁ ଯାଞ୍ଚ କରିପାରିବେ I

କହି ରଖୁଛୁ କି ଟର୍ମ -2 ର ପରୀକ୍ଷା 26 ଏପ୍ରିଲରୁ ଆରମ୍ଭ ହେବ I ଦଶମ ଶ୍ରେଣୀ ପରୀକ୍ଷାମେ 24 ରେ ଶେଷ ହେବ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 15 ଜୁନ୍ ପର୍ଯ୍ୟନ୍ତ ଜାରି ରହିବ | ଏଥିସହିତ, ଟର୍ମ -2 ର ଫଳାଫଳ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ I

Comments are closed, but trackbacks and pingbacks are open.