IPL 2022 : ତେୱତିଆ ଙ୍କ ୨ଟି ବଲ ରେ ୨ଟି ବିରାଟ ଛକ୍କା ସହିତ ଗୁଜରାଟ ର ଦମଦାର ବିଜୟ

21

ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଟି -୨୦ ମ୍ୟାଚରେ ଗୁଜୁରାଟ ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ .୦ ଓଭରରେ ୧୮୯ ରନ୍ ସଂଗ୍ରହ କରି ୯ ୱିକେଟ୍ ହରାଇଥିଲା। ଏହାର ଉତ୍ତରରେ, ଗୁଜୁରାଟ ଦଳ ୨୦ .୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରିଥିଲା।
ପୂର୍ବରୁ ଦୁଇଟି ମ୍ୟାଚ୍ ଖେଳି ଦୁଇଟିଯାକ ଜିତିଥିବା ଗୁଜୁରାଟ ଆଜି ପଞ୍ଜାବ ବିପକ୍ଷ ତୃତୀୟ ମ୍ୟାଚରେ ବି ବିଜୟ ହାସଲ କରିଛି।
ଆଜିର ମ୍ୟାଚ୍‌ରେ ଗୁଜୁରାଟ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ୧୯୦ର ଟାର୍ଗେଟ ଦେଇଥିଲା। ଏହି ଟାର୍ଗେଟ୍‌ ପୂରଣ କରିବା ପାଇଁ ଗୁଜୁରାଟ ଟାଇଟନ୍ସର ପକ୍ଷରୁ ପଡ଼ିଆକୁ ଓହ୍ଲାଇଥିଲେ ମାଥ୍ୟୁ ୱେଡ୍ ଓ ଶୁଭମନ ଗିଲ୍। ହେଲେ ଦଳୀୟ ସ୍କୋର ୩୨ରେ ପ୍ରଥମ ୱିକେଟ୍ ହରାଇଥିଲା ଦଳ। ୩ ଓଭର ଖେଳ ଚାଲିଥିବା ବେଳେ ଓପନର ମାଥ୍ୟୁ ୱେଡ୍ ୱେଡ୍ ମାତ୍ର ୬ ରନ୍ କରି ଆଉଟ୍ ହୋଇଯାଇଥିଲେ।

ତେବେ ଦ୍ୱିତୀୟ ୱିକେଟ୍ ପାଇଁ ଲମ୍ବା ଭାଗିଦାରୀ ଦେଖିବାକୁ ମିଳିଥିଲା। ଶୁଭମନ ଗିଲଙ୍କ ସହିତ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ ସାଇ ସୁଦର୍ଶନ। ଉଭୟ ମିଶି ଦଳୀୟ ସ୍କୋର୍‌କୁ ୧୩୩ ପର୍ଯ୍ୟନ୍ତ ନେଇଯାଇଥିଲେ। ହେଲେ ୧୪.୪ ଓଭର ଖେଳ ଚାଲିଥିବା ବେଳେ ସାଇ ସୁଦର୍ଶନଙ୍କ ୱିକେଟ୍‌ ଖସିଥିଲା। ସେ ରାହୁଲ ଚହରଙ୍କ ବଲ୍‌ରେ ମୟଙ୍କ ଅଗରୱାଲଙ୍କ ହାତକୁ କ୍ୟାଚ୍ ଟେକି ଦେଇଥିଲେ। ମୟଙ୍କ ୩୦ ବଲ୍‌ରେ ୩୫ ରନ୍‌ କରି ଆଉଟ୍ ହୋଇଥିଲେ। ଉଭୟଙ୍କ ମଧ୍ୟରେ ୬୮ ବଲ୍‌ରେ ୧୦୧ ରନ୍‌ର ଭାଗିଦାରୀ ହୋଇଥିଲା।

Comments are closed, but trackbacks and pingbacks are open.