ବଦଳିଲା ଜେଇଇ ମେନ୍ ପରୀକ୍ଷା ତାରିଖ :ଜୁନରେ ସେସନ୍-୧, ଜୁଲାଇରେ ସେସନ୍-୨ ପରୀକ୍ଷା

36

ବଦଳିଲା ଜେଇଇ ମେନ୍ ୨୦୨୨ର ପରୀକ୍ଷା ତାରିଖ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତରଫରୁ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ତେବେ ସେସନ୍-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ଭିତରେ ହେବ । ସେହିପରି ସେସନ୍-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ଯାଏଁ ହେବ ବୋଲି ଘୋଷଣା କରାଯାଇଛି । ତେବେ ବିଭିନ୍ନ ଦିଗକୁ ବିଚାର କରି ଏନଟିଏ ସିଡ୍ୟୁଲ୍ ପରିବର୍ତ୍ତନ କରିଥିବା କଥା କହିଛି । ତେବେ ଜେଇଇ ମେନ୍ ପରୀକ୍ଷା ପ୍ରଥମ ସେସନ୍ ଏପ୍ରିଲ ଓ ଦ୍ୱିତୀୟ ସେସନ୍ ମେ ମାସରେ ହେବାକୁ ଥିଲା । ହେଲେ ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ପ୍ରକାଶ କରିବା ପରେ ପରୀକ୍ଷା ତାରିଖ ବଦଳାଇ ଦିଆଯାଇଛି । ଏବେ ଜୁନ୍ ମାସରେ ପ୍ରଥମ ସେସନ୍ ଓ ଜୁଲାଇ ମାସରେ ଦ୍ୱିତୀୟ ସେସନ୍ ପରୀକ୍ଷା ହେବ ।

Comments are closed, but trackbacks and pingbacks are open.