ତୁରନ୍ତ ଡାଉନଲୋଡ କରନ୍ତୁ ଏହି ଆପ: ଆସନ୍ତା ମାସରୁ ୨୦୦୦ ଟଙ୍କା ଲେଖାଏଁ ପାଇବେ କୃଷକ

35

କୃଷକମାନଙ୍କ ରୋଜଗାର ବଢାଇବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରୁଛନ୍ତି ମୋଦି ସରକାର । ସେମାନଙ୍କ ବିକାଶ ପାଇଁ ସବୁଠୁ ବଡ ସରକାରୀ ଯୋଜନା ହେଉଛି ପି.ଏମ କିଶାନ ସମ୍ମାନ ନିଧି ଯୋଜନା । ଏହି ଯୋଜନାରେ ଚାଷୀମାନଙ୍କୁ ପ୍ରତି ତିନି ମାସରେ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ତେବେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ ଏହି ଟଙ୍କା । ତେଣୁ ହୋଲି ପରେ ଗତ ତିନି ମାସର ୨୦୦୦ ଟଙ୍କାର ୧୧ ତମ କିସ୍ତି ଚାଷୀମାନଙ୍କ ଆକାଉଣ୍ଟରେ ଜମା କରାଯିବ । ପି.ଏମ କିଶାନ ସମ୍ମାନ ନିଧି ଯୋଜନା ଅଧୀନରେ ଏହି ଟଙ୍କା ପାଇପାରିବେ ଦେଶର କୃଷକ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତଦେଶର ମୋଟ ୧୨ କୋଟିରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଧରଣର କୃଷକ ଏହି ଯୋଜନାର ଲାଭ ପାଇ ପାରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଯୋଜନାର ଲାଭ ଉଠାଇବା ଆହୁରି ସହଜ ହୋଇଯାଇଛି । ଏଥିପାଇଁ ଏକ ମୋବାଇଲ ଆପ ପ୍ରଣୟନ କରିଛନ୍ତି ସରକାର । ଯାହା ମାଧ୍ୟମରେ କୃଷକମାନେ ଯୋଜନା ପାଇଁ ନିଜ ନାମ ପଞ୍ଜୀକୃତ କରିପାରିବେ ଏବଂ ଅନ୍ୟ ସମସ୍ୟାର ସମାଧାନ ମଧ୍ୟ ପାଇପାରିବେ ।

1.ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପକୁ ନିଜ ମୋବାଇଲରେ ଡାଉନଲୋଡ କରି ଇନଷ୍ଟାଲ କରି ନିଅନ୍ତୁ ।
2.ଆପ୍ କୁ ଓପନ କରି New Farmer Registration ରେ କ୍ଲିକ କରନ୍ତୁ ।
3.ଏଥିରେ ନିଜ ଆଧାର ନମ୍ବର ଏବଂ କୋଡ ଲେଖି Continue ରେ କ୍ଲିକ କରନ୍ତୁ
4.ଏବେ ଏହି ପଞ୍ଜୀକରଣ ଫର୍ମରେ ନିଜ ନାମ, ଠିକଣା, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଇତ୍ୟାଦି ଲେଖନ୍ତୁ
5.ଜମିର ଖାତା ନମ୍ବର ଏବଂ ଅନ୍ୟନ୍ୟ ତଥ୍ୟ ଅପଲୋଡ କରନ୍ତୁ ଏବଂ ସେଭ କରନ୍ତୁ ।
6.ସବମିଟ ରେ କ୍ଲିକ କରନ୍ତୁ । ଏହାସହିତ ପି.ଏମ କିଶାନ ଯୋଜନା ଦ୍ୱାରା ଆପଣଙ୍କ ନାଁ ପଞ୍ଜୀକୃତ ହୋଇଯିବ ।
7.କୌଣସି ତଥ୍ୟ ଜାଣିବା ପାଇଁ ଏହାର ହେଲ୍ପଲାଇନ ନମ୍ବର ୧୫୫୨୬୧ / ୦୧୧-୨୪୩୦୦୬୦୬ କୁ କଲ କରିପାରିବେ କୃଷକ ।

Comments are closed, but trackbacks and pingbacks are open.