କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା , ସିବିଆଇ ତଦନ୍ତ ଦାବି କଲେ ମାନସଙ୍କ ମା’

113

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବି କଲେ ମୃତ ମାନସଙ୍କ ମା’। ସୋମବାର ମାନସଙ୍କ ରଣପୁର ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି, ଏବଂ ସେଠାରେ ମାନସଙ୍କ ପରିବାର ସହିତ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଛି । ଖାଲି ସେତିକି ନୁହେଁ, ମାନସଙ୍କ ଚପଲ ଓ ଇୟରକର୍ଡ ଚିହ୍ନଟ କରିବା ପାଇଁ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।ମିଳିଥିବା ଚପଲ ଏବଂ ବ୍ଲୁଟୁଥ଼ ମାନସଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିବା କ୍ରାଇମ୍‌ବ୍ରାଞ୍ଚ କହିଛି । ଏହି ସମୟରେ ମୃତ ମାନସ ସ୍ବାଇଁଙ୍କ ମା’ କହିଛନ୍ତି ଯେ ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ କେବଳ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି। କିନ୍ତୁ ପୁଅ ମାନସଙ୍କୁ ହତ୍ୟା ପଛରେ ବହୁ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଅଛନ୍ତି। ସିବିଆଇ ତଦନ୍ତ କରାଯାଇ ସେହି ନେତା ଓ ମନ୍ତ୍ରୀଙ୍କୁ ଗିରଫ କରାଯାଉ। ଯେଉଁ ମେମୋରି ଚିପ କଥା କୁହାଯାଉଛି, ତାହା ସାମ୍ନାକୁ ଆସୁ। ସେ ଚିପରେ କେଉଁ ଭିଡ଼ିଓ ଥିଲା, ଯେଉଁଥିପାଇଁ ମୋ ପୁଅକୁ ହତ୍ୟା କଲେ। ସେ ମେମୋରି ଚିପ୍‌ରେ କ’ଣ ଅଛି, ତାହା ପ୍ରକାଶ କରାଯାଉ ବୋଲି ମୃତ ମାନସଙ୍କ ମା’ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.