ପ୍ରଧାନମନ୍ତ୍ରୀ ମୋଦୀ ହେବେ ଶ୍ରୀଲଙ୍କା ପାଇଁ ‘ସଂକଟମୋଚକ’

14

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଭାରତ ସହାୟତା ର ହାତ ବଢ଼ିଛି I ଶ୍ରୀଲଙ୍କା ର ଅର୍ଥନୈତିକ ସଙ୍କଟ ସମୟରେ ଭାରତର ଉଚ୍ଚ କମିଶନର ଗୋପାଳ ବାଗଲେ କହିଛନ୍ତି ଯେ ଚଳିତ ବର୍ଷ ଜାନୁୟାରୀରୁ ଭାରତ ଶ୍ରୀଲଙ୍କାକୁ ୨୫୦ ମିଲିୟନ ଡଲାର ଆର୍ଥିକ ସହାୟତା ପଠାଇଛି। ସେ କହିଛନ୍ତି ଯେ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଅଛି।

ଶ୍ରୀଲଙ୍କାର ଅଣାୟତ୍ତ ପରିସ୍ଥିତିକୁ ଦେଖି ବର୍ତ୍ତମାନ ସେଠାରେ ଅତ୍ୟାବଶ୍ୟକୀୟ ଜୀବନରକ୍ଷାକାରୀ ଔଷଧ ଦର ୩୦ ପ୍ରତିଶତ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଛି । ପ୍ରାୟ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ବେଳେ ପଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ କରଯାଇଛି । ଚାଉଳ କିଲୋ ୫ ଶହ ଟଙ୍କା, ଚିନି କିଲୋ ୨୯୦ ଟଙ୍କା, ଚା କପ ପାଇଁ ଶହେ ଟଙ୍କା ଦେବାକୁ ପଡୁଛି । ବିଦେଶୀ ରୁଣ ବୋଝ ଏତେ ମାତ୍ରାରେ ବଢି ଯାଇଛି ଯେ, ରୁଣ ସୁଝିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଶ୍ରୀଲଙ୍କା ର ଏହି ଅର୍ଥନୈତିକ ବିପର୍ଯ୍ୟୟ ସମୟରେ ଭାରତ ର ପ୍ରଧାନମନ୍ତ୍ରୀ ‘ସଂକଟମୋଚକ’ ଭାବରେ ଉଭା ହୋଇଛନ୍ତି I ଭାରତରୁ ଗତ ଶନିବାର ଦିନ ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଥିବା ବେଳେ ୪୦ ହଜାର ମେଟ୍ରିକ୍ ଟନ ଚାଉଳ, ଔଷଧ ଆଦି ପଠାଇଛି । ଭାରତରୁ ଏହା ହେଉଛି ଚତୁର୍ଥ ସହାୟତା I ଗୋପାଳ ବାଗଲେ କହିଛନ୍ତି ଯେ ଏହି ଚାରୋଟି ସାମଗ୍ରୀରେ ୧୫୦ ,୦୦୦ ମେଟ୍ରିକ ଟନ୍ରୁ ଅଧିକ ଜେଟ ଇନ୍ଧନ, ଡିଜେଲ ଏବଂ ପେଟ୍ରୋଲ ଶ୍ରୀଲଙ୍କାକୁ ପରିବହନ କରାଯାଇଛି। ଏହା ସହିତ ଭାରତ ଶ୍ରୀଲଙ୍କା କୁ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ଋଣ ଦେବାକୁ ରାଜି ହୋଇଥିବାବେଳେ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଶ୍ରୀଲଙ୍କା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସହିତ ମଧ୍ୟ ଆଲୋଚନା କରୁଛି।

Comments are closed, but trackbacks and pingbacks are open.