IPL 2022: ଗୁଜରାଟ ଟାଇଟନ୍ସ ୬ ଓ୍ଵିକେଟ୍ ହରାଇ ୧୭୧ ରନ ରେ ପାଳି ସମାପ୍ତ

102

ଆଇପିଏଲ ୨୦୨୨ ର ୧୫ ତମ ସଂସ୍କରଣ ରେ ଦଶମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଉଭୟ ଦଳ ଚଳିତ ସିଜନରେ ପ୍ରଥମ ମ୍ୟାଚ୍ ଜିତି ସାରିଥିବାବେଳେ ଆଜି ଶୁଭମାନ ଗିଲ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ଗିଲ୍ ୪୬ ବଲ୍‌ରୁ ୮୪ ରନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ କରିଥିବା ବେଳେ ଡେଭିଡ ମିଲର ୨୦ ରନ କରି ଅପରାଜିତ ଅଛନ୍ତି। ମୁସ୍ତାଫିଜୁର ରେହମାନ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ଖଲିଲ ଅହମ୍ମଦ ୩୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

Comments are closed, but trackbacks and pingbacks are open.