ବିଜେପି ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ
ବିଜେପି ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଇସ୍ତଫା ନେଇ ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସେ ଲୋକଙ୍କ ସହ ରହି ଅଞ୍ଚଳର ବିକାଶ ଦିଗରେ କାମ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । କିଛି ଦିନ ଧରି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି କରିଆସୁଥିଲେ ଜୟରାମ ପାଙ୍ଗୀ ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୪୪ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ ଜୟରାମ ପାଙ୍ଗି ଗତ ସାଧାରଣ ନିର୍ବାଚନରେ କୋରାପୁଟ ଆସନରୁ ସାଂସଦ ଭାବେ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ । ଏହା ପୂର୍ବରୁ ୧୯୯୦ ମସିହାରେ ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ସେ ମନ୍ତ୍ରୀ ଥିଲେ । ବିଜୁ ଜନତା ଦଳରୁ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳରୁ ନିଲମ୍ବିତ ହେବାପରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏବେ ସେ ବିଜେପିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ କୋଟିଆର ଉତ୍କଳ ଦିବସ ପାଳନ ଅବସରରେ ଜୟରାମ ପାଙ୍ଗି ଖୁବ ଶୀଘ୍ର ବିଜେପି ଛାଡ଼ିବେ ବୋଲି ଦେଇଥିଲେ ।ଏହା ସହ ସେ କହିଥିଲେ କି ‘ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଲାଗି ଅଧିକ ସମୟ ଦେବି । ସୀମାନ୍ତ ଅଞ୍ଚଳର ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି କରିବି ।’
Comments are closed, but trackbacks and pingbacks are open.