ହତ୍ୟାକାଣ୍ଡ କଥା ମାନିଲା ଶର୍ମିଷ୍ଠା ,କିନ୍ତୁ କାରଣ ଅସ୍ପଷ୍ଟ
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ଧୀରେ ଧୀରେ ଘଟଣା ଉପରୁ ହଟିବାରେ ଲାଗିଛି ପରଦା । ସବୁ ଦିଗକୁ ନେଇ ତଦନ୍ତକୁ ଅଧିକ କ୍ରିୟାଶୀଳ କରିଛି କ୍ରାଇମବ୍ରାଞ୍ଚ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଅପହରଣ ସ୍ପଟ ଚାନ୍ଦବାଲି ପଳାସପୁର କୁ ନେଇଛି କ୍ରାଇମବ୍ରାଞ୍ଚ । ଅପହରଣ କଥା ସ୍ୱୀକାର କରିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଅପହରଣ ଓ ହତ୍ୟା ମାନିଥିବା ସୂଚନା ମିଳିଛି ।
ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଶର୍ମିଷ୍ଠା ଓ ତାର ସହଯୋଗୀଙ୍କ ସହ ଅପହରଣ କରାଯାଇଥିଲା । ସେଠାରୁ ଦୟାଲ ଆଶ୍ରମ ଆଣି ଅଖିଆ ଅପିଆ ରଖି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ମାଡ଼ମାରିବା ସମୟରେ ଲୁହ ରଡ଼ ବ୍ୟବହାର କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟ ରୁ ଜଣ ପଡିଥିଲା I ହତ୍ୟାକାଣ୍ଡ ରେ ନିରଂଜନ ସେଠୀ, ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ମଧ୍ୟ ସମ୍ପୃକ୍ତ ଥିଲେ I ଆଶ୍ରମରେ ମାନସଙ୍କୁ ନିର୍ଯ୍ୟାତନା ଦେଇହତ୍ୟା କରିବା ପରେ ୮ ତାରିଖ ଅପରାହ୍ନରେ ମୃତ୍ୟୁ ଦେହକୁ ଶର୍ମିଷ୍ଠାଙ୍କ କାରରେ ରଣପୁର ନିଆଯାଇଥିଲା । ୮ ତାରିଖ ସନ୍ଧ୍ୟାରେ ରଣପୁର ଅଞ୍ଚଳରେ ମାନସଙ୍କ ଶବ ପୋତି ଦେଇଥିଲେ । ଏହା ସହ ମାନସଙ୍କ ଶବ ପୋତିବା ପାଇଁ ୧୦ କେଜି ଲୁଣ କିଣିଥିଲେ ଅଭିଯୁକ୍ତ । ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି, ଗ୍ଲୋଭସ କିଣିଥିଲେ । ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ ଉଭୟ ଏସବୁ ଜିନିଷ କିଣିଥିଲେ । ରାସ୍ତାରେ ଯିବାବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ । ରାଜସୁନାଖଳାରୁ କୋଦାଳ, ଗଇଁତି କିଣିଥିଲେ ଭାଗ୍ୟଧର ଓ ରଞ୍ଜନ । ସବୁ ଜିନିଷ ଧରି ମାନସଙ୍କ ଶବକୁ ବଧିପାଟଣାରେ ପୋତିଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି । ମୃତଦେହକୁ ପୋତି ଦେବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇୱେ ପାଖରେ ମୃତଦେହକୁ ପୋତିବା ପାଇଁ ଗାତ ଖୋଳିବାକୁ ବ୍ୟବହାର କରାଯାଇଥିବା ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ।।
ଏହାପରେ ଆଜି ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ପଳାସପୁରରୁ ଭୁବନେଶ୍ୱର ଆଣିଥିଲା କ୍ରାଇମବ୍ରାଂଚ । ସେଠାରେ ମାନସଙ୍କୁ କେମିତି ହତ୍ୟା କରାଯାଇଥିଲା, ତା’ର ଡେମୋ ଦେଖାଇଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ । ମାନସଙ୍କୁ କେମିତି ହତ୍ୟା କରାଗଲା, କେଉଁମାନେ ତାଙ୍କୁ ମାଡ଼ ମାରିଥିଲେ, ସେ ନେଇ ଡେମୋ ଦେଖାଇଛନ୍ତି ଶର୍ମିଷ୍ଠା । ସିନ ରିକ୍ରିଏସନ୍ ପରେ ପୁଣିଥରେ ଦୟାଲ ଆଶ୍ରମକୁ ସିଲ କରିଦିଆଯାଇଛି ।
ତେବେ ଘଟଣାର ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ଗତକାଲି ଚଣ୍ଡିଖୋଲ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା କ୍ରାଇମବ୍ରାଞ୍ଚ । ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମ୍ବ୍ରାଞ୍ଚ । ଏହି ଜେରା ବେଳେ ମାନସଙ୍କୁ ଅପହରଣ କରିଥିବା କଥା କ୍ରାଇମ୍ବ୍ରାଞ୍ଚ ଆଗରେ ମାନିଥିଲା ରଞ୍ଜନ । ଏପରିକି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇଛି ।
ଅପହରଣ ଦିନ କେଉଁ କେଉଁ ଲୋକ ଉପସ୍ଥିତ ଥିଲେ, କାହା କାର୍ରେ ମାନସଙ୍କୁ ଅପହରଣ କରାଯାଇଥିଲା । ସେନେଇ ସମସ୍ତ କଳାଚିଠା କ୍ରାଇମବ୍ରାଞ୍ଚ ଆଗରେ ଖୋଲିଥିଲା ରଞ୍ଜନ । ଏହାପରେ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲ ଯାଇଥିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଟିମ୍କୁ ମାନସଙ୍କ ମୋବାଇଲର ଇୟର ଫୋନ୍, ଅଧାପୋଡ଼ା ଚପଲ ମିଳି ସାରି ଥିବାବେଳେ ଆଜି ଶର୍ମିଷ୍ଠା ସମସ୍ତ ସତ ଓଗାଳି ଥିଲେ ମଧ୍ୟ ମେମୋରୀ ଚିପ କିମ୍ବା କଣ ପାଇଁ ହତ୍ୟାକାଣ୍ଡ ଘଟଇଲେ ସେ ବିଷୟରେ ପଦୁଟିଏ ମଧ୍ୟ କହି ନ ଥିବା ତଦନ୍ତକାରୀ ସଂସ୍ଥା ଜାରି କରିଥିବା ପ୍ରେସ୍ରିଲିଜ୍ରେ ପ୍ରକାଶ ପାଇଛି I
Comments are closed, but trackbacks and pingbacks are open.