IPL 2022: ଟସ୍ ଜିତିଲା ସନ ରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

26

ଚଳିତ ଆଇପିଏଲରେ ୫ମ ଲିଗ ମ୍ୟାଚ ରେ ଆଜି ପୁନେ ଠାରେ ଟକ୍କର ଦେବାକୁ ଯାଉଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ। ଚଳିତ ସିଜିନ୍ରୁ ରେ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଆଜି ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ସଞ୍ଜୁ ସାମସନଙ୍କ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି।
୨୦୨୧ ସିଜିନରେ ହାଇଦ୍ରାବାଦ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏବେ ନୂଆ ଟିମ୍‌ କିମ୍ବିନେସନ ସହ ଦଳ କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ରାଜସ୍ଥାନ ମଧ୍ୟ ଅନେକ ଭେଟରାନ ଖେଳାଳିଙ୍କୁ ମେଗା ନିଲାମ ବେଳେ ନିଜ ସହ ସାମିଲ କରିଛି। ଏହି ଦୁଇ ଦଳ ନିଜ ନିଜର ଶକ୍ତିଶାଳୀ ଏକାଦଶ ଙ୍କୁ ନେଇ ପଡିଆକୁ ଓହ୍ଲାଇଛନ୍ତି ଇ ତେଣୁ ପ୍ରଥମ ମ୍ୟାଚ୍‌ ଉଭୟ ଦଳ କେଉଁ ରଣନୀତିକ ଆପଣାଉଛନ୍ତି, ତା’କୁ କ୍ରିକେଟପ୍ରେମୀ ଅପେକ୍ଷା କରି ରହିଛନ୍ତି।

ରାଜସ୍ଥାନ ରୟାଲ୍ସ

ଯଶସ୍ଵୀ ଜୟଶଓ୍ଵାଲ, ଜୋସ୍ ବଟଲର, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେଟମାୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ଵିନ, ନାଥନ କୁଲଟର ନାଇଲ, ୟୁଜବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ।

ସନରାଇଜର୍ସ ହାଇଦ୍ରାବାଦ

ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, କେନ ଓ୍ଵିଲିୟମସନ(ଅଧିନାୟକ), ନିକୋଲାସ ପୁରନ(ଓ୍ଵିକେଟ୍ କିପର), ଆଡନ ମାରକ୍ରମ, ଅବଦୁଲ ସାମଦ, ଓ୍ଵାଶିଂଟନ ସୁନ୍ଦର, ରୋମାରିଓ ଶେଫାର୍ଡ, ଭୁବନେଶ୍ଵର କୁମାର, ଟି ନଟରାଜ, ଉମରାନ ମଲିକ।

Comments are closed, but trackbacks and pingbacks are open.