ଆଇପିଏଲ ୨୦୨୨ : ଆଜି ହାଇଦ୍ରାବାଦ ସନରାଇଜର୍ସ ବନାମ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ କଡା ଟକ୍କର

25

ଆଇପିଏଲ ୨୦୨୨ ର ୧୫ ତମ ସଂସ୍କରଣ ରେ ଆଜି ୫ ମ୍ୟାଚ ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ହେବ କଡା ଟକ୍କର । ଏହି ଦୁଇ ଟିମର ଚଳିତ ସଂସ୍କରଣ ର ପ୍ରଥମ ମ୍ୟାଚ ଖେଳିବେ। ମ୍ୟାଚ ଆଜି ସନ୍ଧ୍ୟା ୭.୩୦ ମିନିଟ୍‌ ରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ ।ହାଇଦ୍ରାବାଦ ଏବଂ ରାଜସ୍ଥାନ ଟିମରେ ଜବରଦସ୍ତ ଖେଳାଳି ରହିଛନ୍ତି। ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।
ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ଖେଳI ଯାଇଥିବା ୧୫ଟି ମ୍ୟାଚ ମଧ୍ୟରୁ ହାଇଦ୍ରାବାଦ ୮ଟି ମ୍ୟାଚ ଜିତିଛି। ରାଜସ୍ଥାନ ରୟାଲ୍ସ ୭ଟି ମ୍ୟାଚ ଜିତିଛି। ଗତ ସିଜିନରେ ଦୁଇଟି ଯାକ ଟିମ୍‌ ୨ଟି ମ୍ୟାଚ ଖେଳିଥିଲେ। ଯେଉଁଥିରେ ହାଇଦ୍ରାବାଦ ଗୋଟେ ଏବଂ ରାଜସ୍ଥାନ ରୟାଲ୍ସ ଗୋଟେ ମ୍ୟାଚ ଜିତିଥିଲା।
ତେବେ ଏଥର ସନରାଇଜର୍ସକୁ ଅନେକ ମ୍ୟାଚ୍‌ ଜିତାଇଥିବା ରସିଦ ଖାନ୍‌ ଦଳରେ ନାହାନ୍ତି । ୨୦୧୭ ସିଜନରୁ ରସିଦ ନିମୟିତ ଭାବେ ସନରାଇଜର୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ତାଙ୍କ ଉପସ୍ଥିତିରେ ସନରାଇଜର୍ସ ଥରେ ଚାମ୍ପିଅନ୍‌ ହୋଇଥିଲା । ହେଲେ ଏଥର ତାଙ୍କ ବିନା ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଉମ୍ରାନ ମଲିକ ଦଳର ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ । ୱାସିଂଟନ ସୁନ୍ଦର, ମୁଖ୍ୟ ସ୍ପିନର ଭାବେ ଖେଳିବେ । ତାଙ୍କୁ ଅବଦୁଲ ସମଦ ଓ ଅଭିଷେକ ଶର୍ମା ବୋଲିଂରେ ସହାୟତା କରିବେ । ଏଥର ଦଳର ବ୍ୟାଟିଂ ବିଭାଗ ମଧ୍ୟ ସନ୍ତୁଳିତ । ଘରୋଇ ଖେଳାଳି ଯୋଡି ରାହୁଲ ତ୍ରିପାଠୀ ଓ ଅଭିଷେକ ପାଳି ଆରମ୍ଭ କରିବା ଆଶା କରାଯାଉଛି । କେନ ୱିଲିୟମସନ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ମଧ୍ୟକ୍ରମ ସମ୍ଭାଳିବେ ।

ଗତ ସଜିନ ଭଳି ରାଜସ୍ଥାନ ରୟାଲ୍ସ ଏଥର ମଧ୍ୟ ସନ୍ତୁଳିତ ଓ ଶକ୍ତିଶାଳୀ ମନେ ହେଉଛି। ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲ ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ଯଶସ୍ୱୀ ଜୈସ୍ୱାଲ, ସିମରନ ହେତମେୟର ଓ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ ବିଭାଗ ସମ୍ଭାଳିବାକୁ ପ୍ରସ୍ତୁତ । ଆଇପିଏଲ ଇତିହାସରେ ମୋଟ ୫ଜଣ ବ୍ୟାଟ୍ସମ୍ୟାନ ୪୦ରୁ ଉଦ୍ଧ୍ୱର୍ ହାର ଓ ୧୪୦ରୁ ଉର୍ଦ୍ଧ ଷ୍ଟ୍ରାଇକ ରେଟ୍‌ରେ ସ୍କୋର କରିଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ ରୟାଲ୍ସ ଦଳରେ ରହିଛନ୍ତି । ସେମାନେ ହେଲେ ସାମସନ ଓ ବଟଲର । ତେଣୁ କରି ରୟାଲ୍ସ ଦଳ ବିସ୍ଫୋରକ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଥିବା ସ୍ପଷ୍ଟ ।

Comments are closed, but trackbacks and pingbacks are open.