ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ ବଦଳି ପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ଙ୍କ ସୂଚନା

27

+୨ ବିଜ୍ଞାନ ଶ୍ରେଣୀ ପିଲାଙ୍କ ପରୀକ୍ଷା ସୂଚୀ ବଦଳିପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦାଶ । ସୂଚନା ମୁତାବକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଇବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡ଼ିଛି । ସିଏଚଏସଇକୁ ଏନେଇ ନିର୍ଦେଶ ଦେବା ସହ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏହାକୁ ପରିବର୍ତ୍ତନ କରାଇବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତାହା ସହ ମନ୍ତ୍ରୀ ଦ୍ବାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
୧୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଏଠି ପାଇଁ ସମସ୍ତ ବନ୍ଦୋବସ୍ତ ଚାଲିଛି Iଏମିତିକି ସିସିଟିଭି ସ୍କାନରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ସୁରୁଖୁରୁରେ ପିଲାଙ୍କ ପରୀକ୍ଷା କରାଇବାକୁ ସମସ୍ତ ଦିଗ ପ୍ରତି ଧ୍ୟାନ ରହିଛି ।କୋଭିଡ ସହିତ ରାଜ୍ୟରେ ବଢୁଥିବା ପ୍ରବଳ ଖରାକୁ ମଧ୍ୟ ଦୃଷ୍ଟିରେ ରଖାଯାଇ ପିଲାଙ୍କ ହିତ ଦୃଷ୍ଟିରୁ ବ୍ୟବସ୍ଥା ହେଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି I

Comments are closed, but trackbacks and pingbacks are open.