କ୍ୟାମରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ୫ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା ଙ୍କ ସହିତ ଅନ୍ୟ ୪ ଅଭିଯୁକ୍ତ

28

୫ ଦିନିଆ ରିମାଣ୍ଡ ରେ ଯିବେ ଶର୍ମିଷ୍ଠା ରାଉତ I ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ୱେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଆଜି ପୋଲିସ ଭଦ୍ରକ ଜିଲ୍ଲା ନଳଇ
ଙ୍ଗ ରୁ ଗିରଫ କରିଛି ତାଙ୍କ ସହିତ ତାଙ୍କ ମୁଖ୍ୟ ସହଯୋଗୀ ଝୁନା ଭୋଇ ଙ୍କୁ ମଧ୍ୟ ଗିରଫ କରିଛି I ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା ଭୋଇ କୋର୍ଟରେ ହାଜର ହୋଇଥିଲେ। ଉଭୟଙ୍କ ଜାମିନ ଆବେଦନକୁ ଖାରଜ କଲେ ଚାନ୍ଦବାଲି ଜେଏମଏଫସି। ଫଳରେ ଶର୍ମିଷ୍ଠା ରାଉତ ଙ୍କ ସହିତ ଏହି ମାମଲାରେ ଜଡିତ ଥାଇ ପୂର୍ବରୁ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ନେବା ପାଇଁ ଚାନ୍ଦବାଲି ଜେଏମଏଫସିଙ୍କ ଅନୁମତି ମିଳିଛି ।
ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ ମଧ୍ୟ ରିମାଣ୍ଡରେ ଯିବେ। ୪ ଅଭିଯୁକ୍ତ ଆସନ୍ତାକାଲିଠାରୁ ରିମାଣ୍ଡରେ ଯିବେ। ୭ଜଣଙ୍କୁ ୧୦ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ।

ଭଦ୍ରକ ଜିଲା ଚାନ୍ଦବାଲି ଜେଏମ୍‌ଏଫସି ଏନେଇ ଆଜି ସନ୍ଧ୍ୟାରେ ଅନୁମତି ପ୍ରଦାନ କରିଛନ୍ତି। ମାନସ ହତ୍ୟାକାଣ୍ଡ ଅଭିଯୋଗରେ ଏହି ୪ ଜଣଙ୍କୁ ପୁଲିସ ମାର୍ଚ୍ଚ ୨୯ ତାରିଖ ଠାରୁ ରିମାଣ୍ଡରେ ନେବ। ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କୁ ମାରାଥନ ଜେରା କରି ପୁଲିସ ଅଧିକ ତଥ୍ୟ ସଂଗ୍ରହଣ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପୁଲିସ ମାନସ ହତ୍ୟାକାଣ୍ଡ ମାମଲାରେ ଏହି୪ ଜଣଙ୍କୁ ପୂର୍ବରୁ ଚାନ୍ଦବାଲି ପୋଲିସ ଗିରଫ କରିଛି।

Comments are closed, but trackbacks and pingbacks are open.