ମମିତା ମେହେର ଓ ମାନସ ସ୍ୱାଇଁ ହତ୍ୟା ପ୍ରସଙ୍ଗରେ କମ୍ପିଲା ବିଧାନସଭା, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

28

ଆଜି ବିଧାନସଭାର ଶୁନ୍ୟକାଳରେ ମମିତା ମେହେର ଓ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହି ଦୁଇ ହତ୍ୟା ଘଟଣାରେ ଶାସକ ଦଳର ଦୁଇଜଣ ମନ୍ତ୍ରୀଙ୍କର ହାତ ରହିଥିବାରୁ ଜାଣିଶୁଣି ତଦନ୍ତକୁ ବାଟବଣା କରାଯାଉଛି । ସେହିପରି ମାନସ ସ୍ୱାଇଁ ହତ୍ୟା ରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ଗିରଫ କରାଯାଇନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡ ପଛରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଭୂମିକା ରହିଥିଲା । ମାତ୍ର ଉକ୍ତ ଘଟଣାକୁ ଜାଣୁଶୁଣି ଚପାଇ ଦିଆଗଲା । ଆଜି ବି ମମିତାଙ୍କ ପରିବାର ନ୍ୟାୟ ପାଇଁ ଚାହିଁ ରହିଛନ୍ତି । ସେହିପରି ମାନସଙ୍କ ହତ୍ୟା ପଛରେ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଥିବା ମାନସଙ୍କ ପରିବାର ଅଭିଯୋଗ ଆଣିଥିଲେ ଏହି ଘଟଣା ଠିକ ମମିତା ହତ୍ୟାକାଣ୍ଡ ଭଳି । ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି । ଆଉ ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଛି । ମାତ୍ର ସବୁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତରେ ତାଙ୍କ ନାମ ରହିଲା ନାହିଁ । ତେଣୁ ଏହି ମାମଲାକୁ ସିବିଆଇକୁ ଦେବା ପାଇଁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

Comments are closed, but trackbacks and pingbacks are open.