ଡୁପ୍ଲେସିସ୍‌ଙ୍କ ଓ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ସହ ୨୦୫ ରେ ପାଳି ସମାପ୍ତ କଲା RCB

23

ରବିବାର ଖେଳାଯାଉଥିବା ଆଇପିଏଲର ଦ୍ଵିତୀୟ ଦିନ ର ତୃତୀୟ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୫ ରେ ନିଜର ପାଳି ସମାପ୍ତ କରିଛି I ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର କମାଣ ସମ୍ଭାଳିଥିବା ଡୁପ୍ଲେସିସ ପ୍ରଥମ ମ୍ୟାଚ୍‌ରେ ହିଁ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଅଭିଜ୍ଞ ଦୀନେଶ କାର୍ତ୍ତିକ ମଧ୍ୟ ଶେଷ ଭାଗରେ ନିଜର ବିସ୍ଫୋରକ ଖେଳ ଦେଖାଇ ପଞ୍ଜାବ କିଙ୍ଗସ କୁ ୨୦୬ ର ଟାର୍ଗେଟ ଦେଇଛନ୍ତି I

ଡୁପ୍ଲେସିସଙ୍କ ୮୮ ଓ କାର୍ତ୍ତକଙ୍କ ୧୪ ବଲରେ ଅପରାଜିତ ୩୨ ରନ୍‌ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ବିଶାଳ ୨୦୫ ରନ୍‌ କରିଛି। ଫଳରେ ପଞ୍ଜାବ କିଙ୍ଗସକୁ ମ୍ୟାଚ୍‌ ଜିତିବା ପାଇଁ ୨୦୬ ରନ୍‌ର ଟାର୍ଗେଟ ମିଳିଛି। ଡୁପ୍ଲେସିସିଙ୍କ ବ୍ୟତୀତ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଚମତ୍କାର ବ୍ୟାଟିଂ କରିଛନ୍ତି। ବିରାଟ ଅପରାଜିତ ୪୧ ରନ୍‌ କରିଥିବା ବେଳେ ଯୁବ ତାରକା ଅନୁଜ ରାୱତ ୨୧ ରନର ଇନିଂସ ଖେଳିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ଦୁଇ ଓପନର ଅଧିନାୟକ ଫାପ ଡୁପ୍ଲେସିସ୍ ଓ ଅଞ୍ଜୁ ରାଓ୍ଵତ ୭ ଓଭରରେ ୫୦ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ଅଞ୍ଜୁ ରାଓ୍ଵତ ୨୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଡୁପ୍ଲେସିସ୍ ଓ ବିରାଟ କୋହଲି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଡୁପ୍ଲେସିସ୍ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୧୧୮ ରନ ଯୋଡିଥିଲେ। ଡୁପ୍ଲେସିସ୍ ୫୭ ବଲ୍‌ରୁ ୩ ଚୌକା ଏବଂ ୭ ଛକା ସହ ୮୮ ରନର ଦମଦାର ଇନିଂସ ଖେଳିଥିଲେ। ଶେଷ ଆଡକୁ ଦିନେଶ କାର୍ତ୍ତିକ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୪ ବଲ୍‌ରୁ ୩ ଚୌକା ଏବଂ ୩ ଛକା ସହ ୩୨ ରନରେ ଅପରାଜିତ ଥିଲେ। ବିରାଟ କୋହଲି ୨୯ ବଲ୍‌ରୁ ୧ ଚୌକା ଏବଂ ୨ ଛକା ଜରିଆରେ ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ବିଶାଳ ୨୦୫ ରନ କରିଛି।

Comments are closed, but trackbacks and pingbacks are open.