ଟ୍ରେଡ଼ ୟୁନିଅନ ଡାକରା ରେ ଆସନ୍ତା କାଲି ଭାରତ ବନ୍ଦ

39

ଆସନ୍ତା ଦୁଇ ଦିନ ଭାରତ ବନ୍ଦ। ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ କରିବାକୁ ଡାକରା ଦେଇଚି ଟ୍ରେଡ୍‌ ୟୁନିୟନ୍‌। ଏହି ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ଅହେତୁକ ଡ୍ର ଦାମ ବୃଦ୍ଧି ତଥା କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ଟ୍ରେଡ୍‌ ୟୁନିୟନ୍‌ ଏହି ଡାକରା ଦେଇଛି। ଏହି ଆନ୍ଦୋଳନରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ସରକାର ଯେଉଁଭଳି ଭାବେ ନୂତନ ଶ୍ରମକୋଡ୍‌ ଲାଗୁ କରି ସାଧାରଣ ଶ୍ରମିକମାନଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶେଷ ଭାବେ ଏହା ବିରୋଧରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ବୋଲି ଟ୍ରେଡ ୟୁନିୟନ ନେତାମାନେ କହିଛନ୍ତି। ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି।

ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଂଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦକୁ ନେଇ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ ୨୮-୨୯ରେ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି ନିଜ ଗ୍ରାହକଙ୍କୁ ସୂଚନା ଦେଇଛି।

Comments are closed, but trackbacks and pingbacks are open.