ଆଇପିଏଲ ୨୦୨୨ : ଟସ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

34

ଆଇପିଏଲ ୨୦୨୨ ମହାକୁମ୍ଭର ଆଜି ଦ୍ଵିତୀୟ ଦିନ ମ୍ୟାଚ ରେ ଆଜି ମୁମ୍ବାଇ ଇଂଡିଆନ୍ସ ମୁହାଁମୁହିଁ ହେବେ I ଆଜି ଅପରାହ୍ନ ୩.୩୦ ମିନିଟ୍‌ରେ ଆରମ୍ଭ ହୋଇଥିବା ଦ୍ଵିତୀୟ ମ୍ୟାଚ ରେ ପଡିଆରେ ଟସ ଜିତିନେଇଛି ଋଷଭ ପନ୍ତ ଙ୍କ ଦିଲ୍ଲୀ କ୍ୟାପିଟାଲ୍ସ I ଟସ ଜିତିବା ପରେ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି I

ଆଇପିଏଲ୍ ସିଜନ୍ ର ୧୫ ତମ ସଂସ୍କରଣରେ ଆଜି ପ୍ରଥମ ଡବଲ୍ ହେଡର୍ ଖେଳାଯାଉଛି I ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମରେ ଦଳ ଭାବରେ ଦିଲ୍ଲୀ କ୍ୟାପିଟାଲସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହୋଇଯାଇଛି I ଏହାପରେ ଦ୍ଵିତୀୟ ମ୍ୟାଚ ଟି ରାତି ୭.୩୦ରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ମୟଙ୍କ ଅଗ୍ରଓ୍ଵାଲ ପଞ୍ଜାବର ଏବଂ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ ପ୍ଲେସିସ୍‌ ବାଙ୍ଗାଲୋରର ଅଧିନାୟକ ଅଛନ୍ତି । ବିରାଟ କୋହଲି ଆରସିବି ଅଧିନାୟକ ପଦ ଛାଡ଼ିବା ପରେ ଡୁ ପ୍ଲେସିସଙ୍କୁ ଏହି ଦାୟିତ୍ୱ ମିଳିଛି ।
ସେହିପରି ଦିଲ୍ଲୀ କ୍ୟାପିଟାଲସ ର ଋଷଭ ପନ୍ତ ଏବଂ ମୁମ୍ବାଇର ଇଂଡିଆନ୍ସ ର ଅଧିନାୟକ ଅଛନ୍ତି ରୋହିତ ଶର୍ମା । ବ୍ରାବର୍ନ କ୍ରିକେଟ୍ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୮ T -20 ମ୍ୟାଚ୍ ଖେଳାଯାଇଛି I ଯାହା ଦେଖା ଯାଇଛି ଏହି ଷ୍ଟାଡ଼ିୟମରେ ୬ ଥର ପ୍ରଥମେ ବୋଲିଂ କରୁଥିବା ଟିମ ଜିତି ଥିବାବେଳେ ୨ ଥର ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଜିତିଛି।

୫ ଥର ଚାମ୍ପିଅନ୍ ହୋଇଛି ମୁମ୍ବାଇ ଇଂଡିଆନ୍ସ
ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ସବୁଠାରୁ ସଫଳ ଦଳ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩ , ୨୦୧୫ , ୨୦୧୭ , ୨୦୧୯ ଏବଂ ୨୦୨୦ ରେ ଆଇପିଏଲ୍ ଟାଇଟଲ୍ ଜିତିଛି I ମୁମ୍ବାଇ ଇଣ୍ଡିଆନ୍ସ ଋତୁରେ ନିଲାମରେ ଡିୱାଲ୍ଡ ବ୍ରେଭିସ୍, ଇଶାନ କିଶନ, ଟିମ ଡେଭିଡ, ଟାଇମଲ ମିଲ୍ସ ଏବଂ ଡାନିଆନ ସାମସଙ୍କ ଭଳି ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି। ରୋହିତ 2013 ମସିହାରୁ ମୁମ୍ବାଇର ଅଧିନାୟକତ୍ୱ କରୁଛନ୍ତି, ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୧୨୯ ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ୭୫ ଟି ମ୍ୟାଚ୍ ଜିତିଛି ଏବଂ ୫୦ ଟି ମ୍ୟାଚ୍ ମୁମ୍ବାଇ ହାରିଥିବା ବେଳେ , ୪ ଟି ମ୍ୟାଚ୍ ଟାଇ ହୋଇଛି।

Comments are closed, but trackbacks and pingbacks are open.