ଆଇପିଏଲ ୨୦୨୨: ଖେଳାଳି ଙ୍କ ସହିତ ଭାଷ୍ୟକାର ହେବେ ମାଲାମାଲ

23

ଆଜି ସନ୍ଧ୍ୟାରୁ ଆରମ୍ଭ ହେଇଛି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ । ଆଜିର ଉଦ୍ଘାଟନୀ ମ୍ୟାଚ ମୁମ୍ବାଇ ୱIଖେଡେ ଷ୍ଟାଡିୟମ ରେ ଖେଳ ହୋଇଛି I ଏହି ପ୍ରଥମ ମ୍ୟାଚ ରେ ୬ ଓ୍ଵିକେଟ୍‌ରେ ହରାଇ ଆଇପିଏଲର ୧୫ତମ ସିଜିନରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରି କୋଲକାତା ନାଇଟ୍ ରାଇଡର୍ସ। ଏଥର ଆଇପିଏଲ ୨୦୨୨ ପାଇଁ ମୋଟ୍ ୮୦ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଦୁଇ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲଗା ଅଲଗା ଭାଷାରେ କମେଣ୍ଟ୍ରି କରାଯିବ। ଏଥିରେ ଭାଷ୍ୟକାର ବି ମାଲେମାଲ ହେବେ।
ଦୀର୍ଘ ସମୟ ଧରି ଏହି ଆଇପିଏଲକୁ ଦର୍ଶକ ଅପେକ୍ଷା କରି ରହିଥିଲେ। ତେଣୁ ଷ୍ଟାର ନେଟଓ୍ଵର୍କ ମଧ୍ୟ ପ୍ରସାରଣ ପାଇଁ ପ୍ରସ୍ତୁତ ହୋଇ ଯାଇଛି। ଆଇପିଏଲ ୨୦୨୨କୁ ୮ ଭିନ୍ନ ଭିନ୍ନ ଭାଷାରେ ଏବଂ ୨୪ ଅଲଗା ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥର ଆଇପିଏଲର କମେଣ୍ଟ୍ରି ହିନ୍ଦୀ, ଇଂରାଜୀ, ତାମିଲ, କନ୍ନଡ, ମରାଠୀ, ମାଲାୟାଲମ, ବଙ୍ଗାଳି ଭାଷାରେ କରାଯିବ। ଏଥିପାଇଁ ଷ୍ଟାର ପକ୍ଷରୁ ୮୦ ଜଣ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଅନେକ ଦିଗ୍‌ଜ ଭାଷ୍ୟକାରଙ୍କ ନାମ ସାମିଲ୍। ଆଇପିଏଲ ୨୦୨୨ରେ ଭାଷ୍ୟକାରଙ୍କ ତାଲିକାରେ ଅନେକ ଦିଗ୍‌ଜ ରହିଛନ୍ତି। ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ସୁରେଶ ରୈନା, ଆକାଶ ଚୋପ୍ରା, ଇରଫାନ ପଠାନଙ୍କ ପରି ନାମ ଏଥର ଆଇପିଏଲରେ କମେଣ୍ଟ୍ରି ଟିମ୍‌ରେ ଅଛନ୍ତି। ଏ ସମସ୍ତଙ୍କୁ କମେଣ୍ଟ୍ରି ପାଇଁ କେତେ ଟଙ୍କା ମିଳିଥାଏ ଆସନ୍ତୁ ଜାଣିବା…

sportingfree.com ମୁତାବକ ଆଇପିଏଲରେ କମେଣ୍ଟ୍ରି କରୁଥିବା ଭାଷ୍ୟକାରଙ୍କୁ କୋଟି କୋଟି ଟଙ୍କା ମିଳିଥାଏ। ଏଥିରେ ଇଂରାଜୀ ଭାଷ୍ୟକାରଙ୍କୁ ଅଧିକ ଫି ମିଳିଥାଏ, କାରଣ ସେମାନେ ଓ୍ଵାର୍ଲ୍ଡ ଫିଡ୍‌ର ଅଂଶ ବିଶେଷ। ପୂରା ସିଜିନରେ ଏମାନଙ୍କ ଫି ପ୍ରାୟ ୧.୯ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।

Comments are closed, but trackbacks and pingbacks are open.