ଆଇପିଏଲ ୨୦୨୨ : ପ୍ରଥମ ମ୍ୟାଚ ରେ CSKକୁ ହରାଇ KKRର ବିଜୟ ଅଭିଯାନ ଆରମ୍ଭ

26

ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ମହାସମର I ମୁମ୍ବାଇ ୱIଖେଡେ ଷ୍ଟାଡିୟମ ରେ ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ପ୍ରଥମ ଥର ନାଇଟ ରାଇଡର୍ସ ଦଳର ଅଧିନାୟକତ୍ୱ ଭାର ସମ୍ଭାଳିଥିବା ଶ୍ରେୟସ ଆୟରଙ୍କ ଦଳ ପ୍ରଥମ ଜିତ ହାସଲ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଡିଫେଣ୍ଡିଂ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଓ୍ଵିକେଟ୍‌ରେ ହରାଇ ଆଇପିଏଲର ୧୫ତମ ସିଜିନରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରି କୋଲକାତା ନାଇଟ୍ ରାଇଡର୍ସ। ଏଥିସହ ମହେନ୍ଦ୍ର ସିଂହ ଧୋନୀଙ୍କ ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି।
ଟସ୍ ଜିତି ନାଇଟ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ସହିତ ମାତ୍ର ୧୩୧ରନ ସଂଗ୍ରହ କରିଥିଲା । ଉଭୟ ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ଏବଂ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ରେ ନିଜ ନିଜ ଟିମ ପଡିଆକୁ ଓହ୍ଲାଇଥିଲେ I
ଟସ୍ ଜିତି କେକେଆର ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ବୋଲର ତାଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରତିପାଦନ କରିଛନ୍ତି। ପ୍ରଥମ ଓଭରରେ ଚେନ୍ନାଇକୁ ବଡ ଝଟକା ଲାଗିଥିଲା। ଗତ ସିଜିନର ଅରେଞ୍ଜ କ୍ୟାପ୍ ବିଜେତା ଋତୁରାଜ ଗାଏକଓ୍ଵାଡ ଖାତା ଖୋଲିବା ପୂର୍ବରୁ ଉମେଶ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଡେଭନ କନଓ୍ଵେ(୩) ମଧ୍ୟ ବିଫଳ ହୋଇଥିଲେ। ୨୮ ରନରେ ଓପନରଙ୍କ ଆଉଟ୍ ପରେ ରବିନ ଉଥପ୍ପା କିଛି ସମୟ ଇନିଂସ ସମ୍ଭାଳିଥିଲେ। ହେଲେ ସେ ଅଧି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୨୧ ବଲରୁ ୨ ଚୌକା ଏବଂ ୨ ଛକା ସହ ୨୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅମ୍ବାତି ରାୟୁଡୁ ୧୫ରନ ଓ ଶିବମ୍‌ ଦୁବେ ୩ ରନ କରି ଆଉଟ ହୋଇଥିଲେ ।

୬୧ ରନରେ ୫ ଓ୍ଵିକେଟ୍ ହରାଇବା ପରେ ମୁସ୍କିଲରେ ପଡିଥିବା ଚେନ୍ନାଇର ମଙ୍ଗ ଧରିଥିଲେ ମହେନ୍ଦ୍ର ସିଂହ ଧୋନୀ ଏବଂ ଅଧିନାୟକ ଜାଡେଜା। ଉଭୟ ଷଷ୍ଠ ଓ୍ଵିକେଟରେ ୭୦ ରନ ଯୋଡିଥିଲେ। ଧାେନୀ ୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୦ ରନ କରି ଅପରାଜିତ ଥିବା ବେଳେ, ଅଧିନାୟକ ରବୀନ୍ଦ୍ର ଜାଡେଜା ୨୬ ରନ କରି ଅପରାଜିତ ଅଛନ୍ତି ।

କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଉମେଶ ଯାଦବ ୪ ଓଭରରେ ୨୦ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୩ ରନ ୧ ଓ୍ବିକେଟ୍, ସୁନୀଲ ନାରିନ୍‌ ୪ ଓଭରରେ୧୫ରନ, ଶିବମ୍‌ ମାଭି ୪ ଓଭରରେ ୩୫ରନ, ଆନ୍ଧ୍ରେ ରସେଲ୪ ଓଭରରେ ୩୮ରନ ଦେଇ ୧ ଓ୍ବିକେଟ୍‌ ନେଇଛନ୍ତି ।

Comments are closed, but trackbacks and pingbacks are open.