ବିଜେଡି ପ୍ରାର୍ଥୀ ସୁବାସ ସିଂ ହେଲେ କଟକ ର ନୂଆ ମେୟର

47

ବିଜେଡି ଅକ୍ତିଆର ରେ କଟକ ମେୟର ଆସନ । ବିଜେଡି ର ମେୟର ପ୍ରାର୍ଥୀ ସୁବାସ ସିଂହ କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁର ଓ ଭୁବନେଶ୍ବର ମହାନଗର ନିଗମ ଭଳି କଟକ ମେୟର ପଦ ହାସଲ କରିବାରେ ଶାସକ ବିଜୁ ଜନତା ଦଳ ସଫଳ ହୋଇଛି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ରହ୍ମପୁରରେ ବିଜେଡିର ସଂଘମିତ୍ରା ଦଳେଇ ମେୟର ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି।
ସେହିଭଳି କଟକ ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ୪୫ ହଜାର ୨ଶହ ୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୁବାସ ସିଂଙ୍କୁ ମୋଟ୍‌ ଏକ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ୬୮୩୫୬ ଖଣ୍ଡ ଭୋଟ୍‌ ମିଳିଛି I
୩୮ ତଥା ଶେଷ ରାଉଣ୍ଡ ସୁଦ୍ଧା ବିଜେଡିର ସୁବାସ ଚନ୍ଦ୍ର ସିଂହ ୧,୧୩,୫୬୨ ଭୋଟ ପାଇଥିବା ବେଳେ, କଂଗ୍ରେସର ଗିରିବାଲା ବେହେରା ୬୮,୩୫୬ ଓ ବିଜେପିର ଶ୍ରୀତମ ଦାସ ୪୯,୨୨୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି I

ନବୀନଙ୍କ ହୃଦୟରେ କଟକ ରହିଛି ଓ କଟକବାସୀଙ୍କ ହୃଦୟ ନବୀନ’ ରହିଛନ୍ତି ବୋଲି ସିଏମସି ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟ ପକ୍ଷରେ କଟକ ମହାନଗର ନିଗମରେ ବିଜେଡି ୩୮, କଂଗ୍ରେସ ୮ ଓ ବିଜେପି ୭ଟି କର୍ପୋରେଟର ଆସନରେ ବିଜୟୀ ହୋଇଛି । ଅନ୍ୟମାନେ ୬ଟି ଆସନରେ ବିଜୟୀ ହୋଇଛନ୍ତି।

Comments are closed, but trackbacks and pingbacks are open.