ବାସ୍ତୁ ଦୋଷ : ମାଷ୍ଟର ବେଡରୁମରେ ଏଇ ଭଳି ଜିନିଷ ରଖନ୍ତୁ ନାହିଁ

23

ବାସ୍ତୁ ଶାସ୍ତ୍ରରେ , ଘର ତିଆରି ସମୟରେ ଘର ତଥା ସମସ୍ତ କକ୍ଷ ର ବାସ୍ତୁ ଉପରେ ମୁଖ୍ୟତଃ ଧ୍ୟାନ ଦିଆଯାଇଥାଏ I ସେହି ଅନୁସାରେ ଘରର ମାଷ୍ଟର ବେଡରୁମ କିମ୍ବା ଅନ୍ୟ ଶୟନ କକ୍ଷରେ ବାସ୍ତୁ ଜନିତ ତ୍ରୁଟି ହେତୁ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ I ଏହି କାରଣ ରୁ ଦାମ୍ପତ୍ୟ ଜୀବନରେ ଅସନ୍ତୋଷ, ଆର୍ଥିକ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ I ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମାଷ୍ଟର ବେଡ଼ ରୁମ କିପରି ହେବI ଦରକାର ଆସନ୍ତୁ ଜାଣିବା :

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୟନ କକ୍ଷ
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମାଷ୍ଟର ବେଡରୁମ୍ ରେ ଘରର ମୁଖିଆ ଶୋଇଥାନ୍ତି , ଏହା ନୈଋତ କୋଣରେ (ଦକ୍ଷିଣ-ପଶ୍ଚିମ କୋଣରେ) ରହିବା ଉଚିତ୍ I ଆହୁରି ମଧ୍ୟ, ଶୟନ କକ୍ଷରେ ପୂଜାପାଠ କିମ୍ବା କୌଣସି ଦୈବୀ ଉପାସନା ଠାକୁର ଘର ରହିବ ଉଚିତ ନୁହେ I

ସେହିଭଳି ଶୋଇବା ଘରେ କୌଣସି ହିଂସ୍ର ପଶୁର ଚିତ୍ର ରହିବା ଉଚିତ୍ ନୁହେଁ I କିମ୍ବା ଦେବା ଦେବୀ ଙ୍କର କ୍ରୋଧିତ ଫୋଟୋ କିମ୍ବା ମୂର୍ତି ଯେପରିକି ନଟରାଜ ,ମହିଷାସୁର ବଦ୍ଧ ଇତ୍ୟାଦି ରଖନ୍ତୁ ନାହିଁ I

ଶୋଇବା ଘରେ ଶଯ୍ୟା ଆଗରେ କେବେବି ଦର୍ପଣ ରହିବା ଉଚିତ୍ ନୁହେଁ I ଯଦି ଦର୍ପଣ ରହିଥାଏ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ ନଚେତ ଘୋଡେଇ କି ରଖନ୍ତୁ I

ଶୋଇବା ଘରେ ସ୍ଵର୍ଗବାସୀ ପିତୃପୁରୁଷଙ୍କ ଚିତ୍ର ରହିବା ଉଚିତ୍ ନୁହେଁ I ଏହା ସହିତ, ଖଟ ପାଖରେ କାନ୍ଥରେ କୁ ଲାଗି ମୁଣ୍ଡ ପଟେ କୌଣସି ଫୋଟୋ କିମ୍ବା ଘଣ୍ଟା ରଖନ୍ତୁ ନାହିଁ I ଏହି କାରଣରୁ, ମାନସିକ ଚାପ ଏବଂ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସି ସହିତ ଆର୍ଥିକ ସମସ୍ୟା ଦେଖାଦେଇ ଥାଏ I

ଯଦି ମୁଣ୍ଡ ପଟେ କୌଣସି ଧର୍ମ ଗ୍ରଂଥ କିମ୍ବା ଚାଳିଶI ପରି ବହି ରହିଥାଏ ତେବେ ଏହାକୁ ତୁରନ୍ତ ହଟାଇବା ଉଚିତ, କାରଣ ଏହା ଘର ର ଅର୍ଥନୈତିକ ବାଧା ଆଣିଥାଏ I

ମାଷ୍ଟର ବେଡରୁମରେ କଣ ରହିବ :
ବାସ୍ତୁ ଅନୁଯାୟୀ, ମାଷ୍ଟର ବେଡରୁମର ରଙ୍ଗ ଆକାଶୀ ହାଲୁକା ସବୁଜ କିମ୍ବା ଗୋଲାପୀ ହେବା ଉଚିତ୍ I ଏହା ଘରର ସକରାତ୍ମକ ଶକ୍ତି କୁ ଅକ୍ଷୁର୍ଣ୍ଣ ରଖିଥାଏ I ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବା ପାଇଁ, ରାଧା କୃଷ୍ଣ ଙ୍କର ଯୁଗଳ ମୂର୍ତ୍ତି ର ସୁନ୍ଦର ଫୋଟୋ ଟିଏ ରଖି ପାରିବେ I ଏହା ବ୍ୟତୀତ ଶଯ୍ୟାକୁ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ କରି ରଖନ୍ତୁ ନାହିଁ I ଏ ପରି ଶଯ୍ୟା ରହିଲେ ଦମ୍ପତି ପରସ୍ପର ସହିତ ଝଗଡ଼ା ,କଳହ ରେ ଲିପ୍ତ ରୁହନ୍ତି I ବେଡ଼ ରୁମ ରେ କୌଣସିମ ପ୍ରକାର ଇଲେକ୍ଟ୍ରୋନିକ୍ସ ,ଟିଭି,ଫ୍ରିଜ କିମ୍ବା ଉଚ୍ଚ ଶବ୍ଦ କରୁଥିବା ଜିନିଷ ରଖନ୍ତୁ ନାହିଁ I

ଖଟ କୁ ସବୁବେଳେ କାଂଥ ଠାରୁ ୫ ଇଞ୍ଚ ଛାଡି ପାକାନ୍ତୁ I ଖଟ ତଳେ ପରିସ୍କାର ରଖନ୍ତୁ ଏବଂ ଏହା ସହିତ ଖଟ ତଳେ ଭୁଲ ରେ ମଧ୍ୟ ଜୋତା ଚପଲ ,ଓ ଝାଡୁ ରଖନ୍ତୁ ନାହିଁ I ତଥାପି ଯଦି ଘରେ ସବୁବେଳେ ସ୍ୱମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଝଗଡା ହେଉଥାଏ ତେବେ ବେଡ୍ରୁମ ର ଦକ୍ଷିଣ ପଟ କାନ୍ଥରେ ଦୁଇଟି ମୟୁର ଚନ୍ଦ୍ରିକା ଆଣି କ୍ରସ (x) କରି ଲଗାନ୍ତୁ ଦାମ୍ପତ୍ୟ ଜୀବନ ରେ ସୁଧାର ଆସିବ I

Comments are closed, but trackbacks and pingbacks are open.