ପୁଣି ୟୁପିରେ ୨ୟ ଥର ପାଇଁ ଆରମ୍ଭ ହେଲା ‘ଯୋଗୀ ଯୁଗ ‘ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

24

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ଆଜି ୨୫ ମାର୍ଚ୍ଚ ରେ ଶପଥ ଗ୍ରହଣ କରିଛନ୍ତି I ୟୁପି ରେ ୨ୟ ଥର ପାଇଁ ‘ଯୋଗୀ ଯୁଗ ‘ ର ଆରମ୍ଭ ହେବାକୁ ଯାଉଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀଙ୍କ ସମେତ ପ୍ରାୟ ୫୦ ହଜାର ଅତିଥିଙ୍କ ଉପସ୍ଥିତିରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ସହିତ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ ପରାଜିତ ହୋଇଥିବା କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଶପଥ ଗ୍ରହଣ କରିଛନ୍ତି। ତେବେ ଯୋଗୀଙ୍କ ପ୍ରଥମ ଶାସନ କାଳରେ ଉପ ମୁଖ୍ୟମନ୍ତ୍ରୀ ଥିବା ଦୀନେଶ ଶର୍ମା ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଯୋଗୀ ୨.୦ ସରକାରରେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ଭାବେ ବ୍ରିଜେଶ ପାଠକ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଏହି ଭବ୍ୟ ଶପଥ ସମାରୋହ ଆୟୋଜିତ ହୋଇଛି । ଏଥିସହ ଯୋଗୀ କ୍ରମାଗତ ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଯୋଗୀ ୩୭ ବର୍ଷ ମଧ୍ୟରେ ପ୍ରଥମ ରାଜନେତା ଯିଏ ୫ ବର୍ଷ ଶାସନ କାଳ ପୂରଣ କରିବା ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

ଯୋଗୀଙ୍କ ବ୍ୟତୀତ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଆଉ ୫୨ ଜଣ ମଧ୍ୟ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି। ସେହିପରି ଯୋଗୀଙ୍କ ନୂଆ ଟିମ୍‌ରେ ୫ ଜଣ ମହିଳା ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀରୁ ୩ ଜଣ ବିଧାୟକ ଯୋଗୀଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ମୋଦିଙ୍କ ଘନିଷ୍ଠ ଏକେ ଶର୍ମା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହବାଦ ବିଜେପିର ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ମଧ୍ୟ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି।

ଏହି ସମୟରେ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଭିକେ ସିଂହ ସ୍ମୃତି ଇରାନୀ ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା, ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥି ଥିଲେ।

Comments are closed, but trackbacks and pingbacks are open.