ଇଭିଏମରେ ତ୍ରୁଟି ଯୋଗୁଁ ଆଜି ହେଉଛି ପୁନଃ ମତଦାନ

50

ଗତ କାଲି ୨୪-୦୩ ରେ ରାଜ୍ୟରେ ସରିଛି ପୌର ବିରବଚନ I ନିର୍ବାଚନ ପାଇଁ ମତଦାନ ସମୟରେ ଅଳ୍ପକେତେକ ବୁଥ ରେ ନିର୍ବାଚନୀ ହିଂସା ସହିତ ଇଭିଏମ ମେସିନ ରେ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା ଇ ସେହି ସବୁ ବୁଥ ଗୁଡିକରେ ଆଜି ପୁନଃ ମତଦାନ ହେଉଛି ଇ ମତଦାନ ପ୍ରକ୍ରିୟା ଆଜି ଦିନ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ତା ପର୍ଯ୍ୟନ୍ତ ଚାଲିବ I ସେହି ଅନୁସାରେ ଗତକାଲି ନିର୍ବାଚନ ସମୟରେ ନବରଙ୍ଗପୁର ନିର୍ବାଚନ ପରିଚାଳନାରେ ସାଙ୍ଘାତିକ ତ୍ରୁଟି ପରେ ଆଜି ପୁଣି ହେଉଛି ମତଦାନ । ଉମରକୋଟ ୮ ନମ୍ବର ୱାର୍ଡର ୧୪ ନମ୍ବର ବୁଥରେ ଅଧ୍ୟକ୍ଷ ପଦ ଭୋଟ୍ ଗ୍ରହଣ ବେଳେ ଇଭିଏମରେ ତ୍ରୁଟି ଦେଖିବାକୁ ମିଳିଥିଲା । ଇଭିଏମରେ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ବଦଳରେ ନବରଙ୍ଗପୁର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାଁ ଲେଖାଯାଇଥିଲା । ଫଳରେ ମତଦାନକୁ ବନ୍ଦ କରାଯାଇଥିଲା । ତେବେ ଭୋଟ ଗ୍ରହଣ ଚାଲିଥିବାର ଦୁଇ ଘଂଟା ପରେ ଏହି ତ୍ରୁଟି ସାମନାକୁ ଆସିଥିଲା । ଇଭିଏମରେ ଏହି ତ୍ରୁଟି ନଜରକୁ ଆସିଥିବା ବେଳେ ପ୍ରାୟ ୩୯୨ ଜଣ ଭୋଟର ଭୋଟ ଦେଇସାରିଥିଲେ । ଇଭିଏମରେ ସମସ୍ତ ଚିହ୍ନ ସମାନ ଥିଲେ ମଧ୍ୟ ଉମରକୋଟ ପ୍ରାର୍ଥୀଙ୍କ ବଦଳରେ ନବରଙ୍ଗପୁର ପ୍ରାର୍ଥୀଙ୍କ ନାମ ଥିବା ଯୋଗୁଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଅଧ୍ୟକ୍ଷ ପଦ ନିମନ୍ତେ ଭୋଟ ଗ୍ରହଣକୁ ବାତିଲ ହୋଇଥିଲା ।

ସେହିପରି ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ ହେଉଛି । ଗତ କାଲି ବୁଥ ଭିତରେ ଗଣ୍ଡଗୋଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା I ଆଜି ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍‌ରେ ଭୋଟଗ୍ରହଣ ହେବ। ଗୋଟିଏ ସ୍କୁଲରେ ୨ଟି ବୁଥ୍‌ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ। ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍‌ରେ ଭୋଟଗ୍ରହଣ ହେବ। ଗୋଟିଏ ସ୍କୁଲରେ ୨ଟି ବୁଥ୍‌ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Comments are closed, but trackbacks and pingbacks are open.