ପୌର ନିର୍ବାଚନ : ପିପିଲିରେ ରାଜନୈତିକ ହିଂସା

47

ପିପିଲି ପୌର ନିର୍ବାଚନରେ ରାଜନୈତିକ ହିଂସା । ୭ ନମ୍ବର ୱାର୍ଡର ୯ ନମ୍ବର ବୁଥ ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ । ବିଜେପି ସମର୍ଥିତ ଏଜେଣ୍ଟ ଅନିଲ କୁମାର ସିଂଙ୍କୁ ବିଜେଡ଼ି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ।
ଆକ୍ରମଣରେ ଅନିଲଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପିପିଲି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସେପଟେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ ୯ନମ୍ବର ବୁଥ ରେ ଉତ୍ତେଜନା ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.