ପୌର ନିର୍ବାଚନ: BMCରେ ୫୦ ପ୍ରତିଶତ ଏବଂ CMCରେ ୬୫ ପ୍ରତିଶତ ଓ ବ୍ରହ୍ମପୁରରେ ୪୭% ମତଦାନ

39

ସରିଲା ପୌରାଞ୍ଚଳ ନିର୍ବାଚନ । ପୌରାଞ୍ଚଳ ଗୁଡିକରେ କାଁ ଭାଁ ହିଂସା କାଣ୍ଡ କୁ ଛାଡିଦେଲେ ପ୍ରାୟ ସୁରୁଖୁରୁରେ ସରିଛି ମତଦାନ Iଏନେଇ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍‌ ଆଦିତ୍ୟ ପ୍ରସାଦ ପାଢ଼ୀ । ଅଳ୍ପ କିଛି ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟଗ୍ରହଣ ବିଳମ୍ବ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସବୁ ସ୍ଥାନରେ ଭୋଟଗ୍ରହଣ ସ୍ୱାଭାବିକ ହୋଇଛି I ଭଦ୍ରକ ଓ ଧାମନଗରରେ ହିଂସାକାଣ୍ଡ ହୋଇଛି ।ଗଣ୍ଡଗୋଳ ଯୋଗୁଁ କେତେକ ସ୍ଥାନ ମତଦାନ ବାଧାପ୍ରାପ୍ତ ହୋଇଥିଲା I ତେବେ ସେ ବିଷୟରେ ଅନୁଧ୍ୟାନ ଚାଲିଛି , ଜିଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି, ରିପୋର୍ଟ ଆସିବା ପରେ ସେଠାରେ ଭୋଟିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କମିଶନର୍‌ ।

ସାରା ରାଜ୍ୟରେ ୬୫% ମତଦାନ ହୋଇଛି । ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏଏନସିରେ ମୋଟ ୬୫% ମତଦାନ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭%, ଭୁବନେଶ୍ୱର ମହାନଗର ନିଗମରେ ୫୦% ଓ କଟକରେ ୬୫% ମତଦାନ ହୋଇଛି । ବାଲଟ୍ କାଗଜରେ ତ୍ରୁଟି ଯୋଗୁ କେବଳ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଆସନ୍ତାକାଲି ପୁନଃ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

Comments are closed, but trackbacks and pingbacks are open.