ଚଳିତ ବର୍ଷ ବଢ଼ିବନି ବିଜୁଳି ଶୁଳ୍କ : ଓଇଆରସି

31

ଚଳିତ ବର୍ଷ ନିମନ୍ତେ ରିଟେଲ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିବ I ବିଦ୍ୟୁତ ଦର ବୃଦ୍ଧି ନ ହେବା ନେଇ ଓଇଆରସି ସୂଚନା ଦେଇଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଚଳିତ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିବା ସହ ଉପଭୋକ୍ତାଙ୍କ ନିମନ୍ତେ କେତେକ ରିହାତି ମଧ୍ୟ ଘୋଷଣା କରିଛନ୍ତି । ସେହିଅନୁସାରେ ଉପଭୋକ୍ତା ଡିଜିଟାଲ ପେମେଣ୍ଟ କଲେ ମିଳିବ ୩ ପ୍ରତିଶତ ସବସିଡି ମିଳିବ ବୋଲି କୁହାଯାଇଛି । ପୂର୍ବ ୨ ପ୍ରତିଶତ ରିହତି ମିଳୁଥିଲା । କ୍ଷୁଦ୍ର ଶିଳ୍ପ ପାଇଁ ୧୦ ପଇସା ରିହାତି ଘୋଷଣା ମଧ୍ୟ କରାଯାଇଛି । ଅକ୍ଷୟ ଶକ୍ତିର ବିକାଶ ପାଇଁ ଉପଭୋକ୍ତା ୫୦ ପଇସା ଅଧିକ ଦେବେ ।
ରାଜ୍ୟରେ ବିଦ୍ୟୁତ ଚାଳିତ ବାହନର ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ପାଇଁ ଚାର୍ଜିଂ ସେଣ୍ଟରଗୁଡ଼ିକ ନିମନ୍ତେ ଓଇଆରସି ୟୁନିଟ୍ ପିଛା ୫ଟଙ୍କା ୫୦ ପଇସା ନିର୍ଦ୍ଧାରଣ କରିଛନ୍ତି । ଏହାସହ ଶିଳ୍ପ କ୍ଷେତ୍ରରେ ୬୫ରୁ ୭୫% ବିଦ୍ୟୁତ ବ୍ୟବହାର କଲେ ୧୦% ରିହାତି । ୭୫ରୁ ୮୫% ଭିତରେ ବିଦ୍ୟୁତ ବ୍ୟବହାର କଲେ ୧୫% ରିହାତି । ୮୫%ରୁ ଅଧିକ ବିଦ୍ୟୁତ ବ୍ୟବହାର କଲେ ୨୦ ପ୍ରତିଶତ ରିହାତି ମିଳିବ ବୋଲି ଘୋଷଣା ହୋଇଛି ।

Comments are closed, but trackbacks and pingbacks are open.