ଅନୁଗୁଳ ରେ ସ୍ଵାଧୀନ ପ୍ରାର୍ଥୀଙ୍କୁ ମାଡ଼ ମାରିବା ସହ ଅପହରଣ ଉଦ୍ୟମ

130

ପୁଣି ବିଜେଡିର ଗୁଣ୍ଡାରାଜ ଅଭିଯୋଗ । ସ୍ଵାଧୀନ ପ୍ରାର୍ଥୀଙ୍କୁ ମାଡ଼ ମାରିବା ସହ ଅପହରଣ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଅନୁଗୋଳ ସଦର ମହକୁମାରୁ ।
ଚଳିତ ପୌର ନିର୍ବାଚନରେ ନଗରପାଳ ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ଅନିରୁଦ୍ଧ ଦାସ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ପୂର୍ବତନ ପୌରାଧକ୍ଷ ତଥା ଚଳିତ ନିର୍ବାଚନରେ ୧ ନମ୍ବର ୱାର୍ଡରୁ ବିଜେଡି ଟିକେଟରେ କାଉନସିଲର ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ସୁକାନ୍ତି ଦାସ ଓ ତାଙ୍କ ସ୍ବାମୀଙ୍କ ସମେତ କେତେକ ବିଜେଡି ସମର୍ଥକ ତାଙ୍କୁ ମାଡ଼ ମାରିବା ସହ ଅପହରଣ କରିବାକୁ ଉଦ୍ୟମ କରୁଥିଲେ । ଏନେଇ ସେ ଅନୁଗୋଳ ଥାନାରେ ଏତଲା ଦେଇଛନ୍ତି । ଜୋରଦାର ଆକ୍ରମଣ ହୋଇଥିବାରୁ ପୋଲିସ ତାଙ୍କର ଡାକ୍ତର ମାଇନା କରିଛି ।

Comments are closed, but trackbacks and pingbacks are open.