ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ପ୍ରାର୍ଥୀ ହଟହଟା

60

ଗତକାଲି ସନ୍ଧ୍ୟାରେ ପୌର ପ୍ରଚାର ସରିଛି I ଏହାପରେ ପ୍ରାର୍ଥୀମାନଙ୍କର ଅନ୍ଧାରି ବିଜେ ଆରମ୍ଭ ହୋଇଛି I ଏହିପରି ଘଟଣା ଘଟିଛି ବାରିପଦା ସହର ର ୧୭ ନମ୍ବର ୱାର୍ଡ ରେ I ୧୭ ନମ୍ବର ୱାର୍ଡ ର ପ୍ରାର୍ଥୀ ଜଣକ ନିଜ ସ୍ୱାମୀ ଙ୍କ ସହିତ ଗତକାଲି ବିଳମ୍ବିତ ରାତିରେ ବୁଲି ବୁଲି କିଛି ଲୋକଙ୍କ ଘରେ ଟଙ୍କା ବାଂଟୁଥିବାର ଅଭିଯୋଗ ହୋଇଥିଲା । ଏହା ସହିତ ତାଙ୍କ ସମର୍ଥକ ମାନେ ଅପରପକ୍ଷ ଲୋକଙ୍କ ଘରକୁ ଟେକ ପଥର ମାଡ଼ କରୁଥିବାର ପ୍ରଚାର ହେବା ମାତ୍ରେ ସାହି ଲୋକେ ଏକତ୍ରିତ ହୋଇ ସେମାନଙ୍କୁ ଘେରିଥିଲେ। ରାତିରେ କାହିଁକି ଏଠାରେ ବୁଲୁଛ , କ’ଣ ଟଙ୍କା ବାଣ୍ଟିବା ପାଇଁ ଆସିଛ ବୋଲି ପଚାରିଥିଲେ। ଏଥିସହ ବାହାର ସାହିର ଲୋକ ଓ ଗୁଣ୍ଡାମାନେ ଆମ ସାହିରେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ବିଜେଡି ପ୍ରାର୍ଥୀ ଙ୍କ ନାମ ସହ ମନ୍ତ୍ରୀ ସୁଦାମ ମାରାଣ୍ଡି ହାଏ ହାଏ ବୋଲି ପାଟି କରିଥିଲେ । ଏଭଳି ସ୍ଥିତିରେ ପୁଲିସ୍‌ ପହଞ୍ଚିଥିଲେ ମଧ୍ୟ ଲୋକଙ୍କୁ ବୁଝାସୁଝା କରିବାକୁ ନାକେଦମ ହେବାକୁ ପଡ଼ିଥିଲା । ଦୀର୍ଘ ସମୟ ପରେ ପୁଲିସ୍‌ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଏହାପରେ ସ୍ଥିତି ଶାନ୍ତ ହୋଇଥିଲା। ତେବେ ଯାହା ଜଣାପଡିଛି ଏହି ୱାର୍ଡ ଟି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିଜ ୱାର୍ଡ ହୋଇଥିବା ବେଳେ ସେଠାରେ ଲୋକେ ତାଙ୍କୁ ଓ ତାଙ୍କ ଦଳର ପ୍ରାର୍ଥୀଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.