ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ୨୫ ଆହତ

23

କଲିକତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଯାତ୍ରୀ ବାହୀ ବସ ଦୁର୍ଘଟଣାଗ୍ରସ୍ତ I ଗତ କାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ‘ଜାଗା କାଳିଆ’ ନାମକ ଯାତ୍ରୀ ବାହୀ ବସ ଟି ଏକ ଟ୍ରକ କୁ ଧକ୍କା ଦେଇ ରାସ୍ତା କଡ଼କୁ ଢାଳି ପଡିଥିଲା I ଫଳରେ ବସ ର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହେବା ସହିତ ଏଥିରେ ପାଖାପାଖି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ ୪ଜଣ ଗୁରତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି I

Comments are closed, but trackbacks and pingbacks are open.