ଜାମିନ ଆବେଦନ ଖାରଜ ପରେ ୧୪ ଦିନିଆ ପୋଲିସ ହାଜତରେ ନିରଞ୍ଜନ ସେଠୀ,କହିଲେ ମୁଁ ହତ୍ୟାକାରୀ ନୁହେଁ’

22

ବହୁ ଚର୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜଡିତ ଥିବା ଅଭିଯୋଗରେ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ I ଏହି ଦୁଇ ଅଭିଯୁକ୍ତ ହେଲେ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ(ଟେକ୍ନିକାଲ) ନିରଞ୍ଜନ ସେଠୀ ଏବଂ ରାଜ କୋମ୍ୟୁନିକେସନ ର ମାଲିକ ରଞ୍ଜନ ନାୟକ I ନିରଞ୍ଜନ ସେଠୀ ପୂର୍ବତନ ଓଆଇଏସ୍ ଅଫିସର ସେ ଗତ ଫେବୃଆରୀ ମାସ ୨୮ ତାରିଖ ରେ ଅବସର ଗ୍ରହଣ କରିଛନ୍ତି I ସେହିପରି ରଞ୍ଜନ ନାୟକ ଙ୍କର ଖଣ୍ଡଗିରିରେ ଏକ ମୋବାଇଲ ରିପେୟାରିଂ ଦୋକାନ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି I ନିରଞ୍ଜନ ସେଠୀଙ୍କୁ ଗିରଫ କରି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲେ । ଏହା ପରେ ଶ୍ରୀ ସେଠୀଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ମାତ୍ର JMFC କୋର୍ଟ ନିରଞ୍ଜନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଯେଉଁଥିପାଇଁ ଶ୍ରୀ ସେଠୀ ଙ୍କୁ ୧୪ ଦିନିଆ ଭଦ୍ରକ ବିଚାର ବିଭାଗୀୟ ହାଜତ ହାଜତ କୁ ଯିବାକୁ ପଡିଛି I ତେବେ ଜେଲ ଯିବା ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସେଠୀ କହିଛନ୍ତି ‘ମୁଁ ହତ୍ୟାକାରୀ ନୁହେଁ ,ସମୟ ସବୁ ସତ କହିବ’ I

ତେବେ ଏହି ଜଘନ୍ୟ କାଣ୍ଡ ର ମୁଖ୍ୟ ନାୟିକା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କର ସହଯୋଗୀ ଝୁନା ଭୋଇ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି I

Comments are closed, but trackbacks and pingbacks are open.