ପିପିଲିରେ ନିର୍ବାଚନୀ ହିଂସା, କଂଗ୍ରେସ ପାର୍ଟି ଅଫିସ ପୋଡିଦେଲେ ଦୁର୍ବୁତ୍ତ

36

ପିପିଲିରେ ନିର୍ବାଚନି ହିଂସା। ପିପିଲି NAC ୭ ନମ୍ବର ୱାର୍ଡରେ କଂଗ୍ରେସ ପାର୍ଟି ଅଫିସକୁ ପୋଡିଦେଲେ ଦୁର୍ବୁତ୍ତ । ରବିବାର ରାତି ୩ ଟାରେ କଂଗ୍ରେସ ପାର୍ଟି ଅଫିସକୁ କେହି ଦୁର୍ବୁତ୍ତ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀ ଙ୍କ ଭାଇ । ନିଆଁ ଲଗାଇବା ପଛରେ ନିର୍ଦ୍ଦିଷ୍ଟ ଦଳର ହାତ ଥିବା ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ଲୋକପ୍ରିୟତାକୁ ସହିନପାରି ପରାଜୟ ଭୟରେ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀ ଏଭଳି ଆକ୍ରମଣାତ୍ମକ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

Comments are closed, but trackbacks and pingbacks are open.