ଜୟପୁରରେ ନିର୍ବାଚନୀ ହିଂସା : ଯୁବକଙ୍କୁ ଅପହରଣ କରି ମାଡ ଅଭିଯୋଗ, ପ୍ରତିବାଦରେ କଂଗ୍ରେସ ବିଧାୟକ ଙ୍କ ଧାରଣା

31

କୋରାପୁଟ ଜିଲ୍ଲା ଜୟପୁରରେ ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି। ଏତିକି ବେଳେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଜୟପୁର ଗୋପବନ୍ଧୁ ନଗରରେ ରହୁଥିବା କାର୍ତ୍ତିକ ନାଗ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, କାର୍ତ୍ତିକଙ୍କୁ ପ୍ରଥମେ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ । ଏପରିକି ଗୁଳି ଫୁଟାଇଥିଲେ । ସେମାନେ କାର୍ତ୍ତିକଙ୍କୁ ନିସ୍ତୁକ ମାଡ କରି କୁମୁଲିପୁଟ ଠାରେ ମୁର୍ମୁଷୂ ଅବସ୍ଥାରେ ଛାଡ଼ିଦେଇ ଚାଲି ଯାଇଥିଲେ ।
ସେଠାରୁ କାର୍ତ୍ତିକଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ବି କାହାରିକୁ ଗିରଫ କରାଯାଇ ନାହିଁ । ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ତାତିଛି । ଦଳ ଟାଉନ ଥାନା ଘେରାଉ ସହ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛି । କର୍ମୀଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଘଟଣାର ପ୍ରତିବାଦରେ ଧାରଣାରେ ବସିଛନ୍ତି ।

Comments are closed, but trackbacks and pingbacks are open.