‘ଦ କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘Y’ ଶ୍ରେଣୀ ସୁରକ୍ଷା

21

“ଦି କାଶ୍ମୀର ଫାଇଲ୍ସ”ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଛି ୟା ଶ୍ରେଣୀ ସୁରକ୍ଷା। ନିକଟରେ ୧୦୦ କୋଟି କ୍ଳବ ରେ ସାମିଲ ହୋଇଛି ଫିଲ୍ମ “ଦି କାଶ୍ମୀର ଫାଇଲ୍ସ” I ଏହି ଫିଲ୍ମ ରେ ମୁଖ୍ୟତଃ କାଶ୍ମୀର ପଣ୍ଡିତଙ୍କ ପଳାୟନ ପଛର ଅସଲ କାହାଣୀକୁ ଲୋକଲୋଚନ କୁ ଅଣାଯାଇଛି I ଏଥିରେ କାଶ୍ମୀର ପଣ୍ଡିତଙ୍କୁ ପ୍ରତାରଣା, ହତ୍ୟା ଆଦି ଘଟଣା ଦର୍ଶାଯାଇଛି । କିପରି କାଶ୍ମୀର ପଣ୍ଡିତମାନେ ଭୟରେ ଦେଶର ଅନ୍ୟ ସ୍ଥାନରେ ରହୁଛନ୍ତି ତାହା ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ତେବେ ରିଲିଜ ହେବା ପରଠୁ ବିବେକ ଅଗ୍ନିହୋତ୍ରୀ ଙ୍କ ଜୀବନ ପ୍ରତି ବଢିଛି ବିପଦ I ବିଭିନ୍ନ ଆଡୁ ତାଙ୍କୁ ଧମକ ମିଳୁଥିବାରୁ ତାଙ୍କୁ ୟା ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଇଛି ଏହି ସୁରକ୍ଷା। Y କାଟାଗୋରୀ ସୁରକ୍ଷାର ପ୍ରୋଟକଲ ଅନୁଯାୟୀ, ସମଗ୍ର ଦେଶରେ ବିବେକ ଯେଉଁଠାକୁ ବି ଯିବେ, ସେଠାରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ ।
ଭିଆଇପିଙ୍କୁ ମିଳୁଥିବା ଏହି ସୁରକ୍ଷା ବ୍ୟବସ୍ଥା ଏବେ ବିବେକଙ୍କ ପାଇଁ ଲାଗୁ ହେବ । ୮ ସୁରକ୍ଷା କର୍ମୀ ସବୁବେଳେ ବିବେକଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ରହିବେ। ୩ ସିଫ୍ଟରେ ୩ ପିଏସଓ ବିବେକଙ୍କୁ ସୁରକ୍ଷ ପ୍ରଦାନ କରିବେ। ତାଙ୍କ ଘର ଆଗରେ ୫ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ହେବେ।

Comments are closed, but trackbacks and pingbacks are open.